-
ସହକାରୀ କାର୍ଯ୍ୟନିର୍ବାହି ଅଧିକାରୀଙ୍କ ଘର ସମେତ ୭ ସ୍ଥାନରେ ଚଢ଼ଉ
ଗଞ୍ଜାମ, ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଘୁଆ ପ୍ରକଳ୍ପ ଜଳସେଚନ ବିଭାଗର ସହକାରୀ କାର୍ଯ୍ୟନିର୍ବାହି ଅଧିକାରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଆଜି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ତାଙ୍କ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ସ୍ଥିତ ନିଳାଦ୍ରୀ ବିହାର ଓ ବିଜୟ ବିହାର ଠାରେ ଥିବା ଦୁଇଟି କୋଠା ସହ ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ ହୋଇଛି ।
ଏହି ଚଢ଼ଉରେ ଅତିରିକ୍ତ ଏସପି, ୪ ଜଣ ଡିଏସପି ଓ ୯ ଜଣ ଇନ୍ସପେକ୍ଟର ସାମିଲ୍ ଅଛନ୍ତି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।