
-
ଗରୀବ ଲୋକଙ୍କ ପାଇଁ ଖୁବ ସମ୍ବେଦନଶୀଳ ଥିଲେ ବିଷ୍ଣୁ ସେଠୀ
ଭୁୁବନେଶ୍ୱର, ସ୍ୱର୍ଗତ ବିଷ୍ଣୁ ସେଠୀ ଗରୀବ ଲୋକଙ୍କ ପାଇଁ ଖୁବ ସମ୍ବେଦନଶୀଳ ଥିଲେ । ସେ ସବୁବେଳେ ଗରୀବ ଲୋକ ମାନଙ୍କ ପାଇଁ ଚିନ୍ତା କରୁଥିଲେ । ତିହିଡି ଠାରେ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଦ୍ୱାଦଶ କ୍ରିୟାରେ ଯୋଗ ଦେଇ ବିଜେପି ରଷ୍ଟ୍ରୀୟ ସଭାପତି ଜେପି ନଡଡା ଏହା କହିଛନ୍ତି ।
ସେ କହିଛନ୍ତି େ ଯ ଏଭଳି ଜଣେ ବ୍ୟକ୍ତିତ୍ୱ ଆମ ପାଖରେ ନାହାନ୍ତି । ଏହା ଆଜି ଆମକୁ ବ୍ୟଥିତ କରୁଛି । ଆଜି ଆମ ସମସ୍ତଙ୍କ ପାଇଁ ଏକ ଦୁଃଖର ଦିନ ବୋଲି ଜେପି ନଡ୍ଡା କହିଛନ୍ତି । ସ୍ୱର୍ଗତ ବିଷ୍ଣୁ ସେଠୀଙ୍କର ଦ୍ୱାଦଶ କ୍ରିୟା ପାଇଁ ତିହିଡି କଲେଜ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ ।