
ନୂଆପଡା, ୧୯ ନଭେମ୍ବର (ହି.ସ.)- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଖାସବାହାଲ ପାୟତର ବଙ୍କାପୁର ଗ୍ରାମରେ ଗତ ୩ ବର୍ଷରୁ ଅଧିକ ହେବ ସ୍ଥାନୀୟ ତୁକଲା ସୁନ୍ଦର ନଦୀରୁ ପାଇପ େଯାଗେ ପାନୀୟ ଜଳ େଯାଗାଣ ହେଉଥିଲେ ମଧ୍ୟ ପର୍ଯ୍ୟାପ୍ତ ପାଣି ଆସୁନଥିବାରୁ ଗ୍ରାମରେ ଥିବା ପାନୀୟ ଜଳ ସମସ୍ୟାର ସମାଧାନ ହୋଇ ପାରୁନାହó । ଏହି ପାନୀୟ ଜଳ େଯାଗାଣ ପ୍ରକଳ୍ପ ବିଭିନ୍ନ ସମସ୍ୟାରେ ଗତି କରୁଅଛି । କେବେ ପାଇବ ଫାଟିବା, କେବେ ପାନୀୟ ଜଳ େଯାଗାନ ନହେବା ଓ ଆଉ କେବେ ଗ୍ରାମର ଉପର ମୁଣ୍ଡରେ ଥିବା ଲୋକଙ୍କୁ ପାଣି ନମିଳିବା ନିତିଦିନିଆ ଘଟଣାରେ ପରିଣତ ହେଲାଣି । ତଥାପି ପ୍ରଶାସନିକ କ୍ଷେତ୍ରରେ ବିହିତ ପଦକ୍ଷେପ ଗ୍ରହଣ କରାଯାଉନାହó । ସୂଚନାମତେ ୨୫ ଶହରୁ ଉଦ୍ଧ୍ର୍ବ ଜନସଂଖ୍ୟା ବିଶିଷ୍ଠ ଏହି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଲାଗି ରହିଥିବାରୁ ଗ୍ରାମ ଭିତରେ ପାଣିର ଶ୍ରୋତ ନଥିବାରୁ ଗ୍ରାମବାସୀ ଗ୍ରାମ ଠାରୁ ଅଧ କିଲୋମିଟର ଦୂର ବାହାଲ ଅଳରୁ ନଳକୂପ ଖୋଳି ପାନୀୟ ଜଳ ସଂଗ୍ରହ କରୁଥିଲେ । କିନ୍ତୁ ସେହି ପାଣିରେ ମାତ୍ରାଧିକ ଫ୍ଲୋରାଇଡ ଥିବାରୁ ଗ୍ରାମକୁ ତୁକଲା ସ୍ଥିତ ସୁନ୍ଦର ନଦୀରୁ ପାନୀୟଜଳ େଯାଗାନ କରାଯାଇଥିଲା । କିନ୍ତୁ ଏହି ପାନୀୟ ଜଳ େଯାଗାଣ ପ୍ରକଳ୍ପ ମଧ୍ୟ ଅନେକ ସମୟରେ ଅଚଳ ହୋଇ ପଡୁଥିବାରୁ ଗ୍ରାମରେ ଥିବା ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରୁନାହó । ଫଳରେ ଗ୍ରାମବାସୀ ଅନ୍ୟ ଉପାୟ ନପାଇ ଅନେକ ସମୟରେ ନଳକୂପର ଫ୍ଲୋରାଇଡ ପାଣିକୁ ସଂଗ୍ରହ କରି ବ୍ୟବହାର କରୁଥିବା ଅଭିେଯାଗ କରିÿଛନ୍ତି । ଏନେଇ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଜେଇ ରୋବର୍ଟ ପ୍ରଧାନଙ୍କୁ େଯାଗାେଯାଗ କରାଯିବାରୁ ଟେନ୍ଡର ହୋଇ ସାରିଛି ଅତିଶିଘ୍ର ନୂଆ ପାଇପ ସବୁ ଲଗାଯିବ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଗ୍ରାମରେ ଥିବା ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି ।