ଭୁବନେଶ୍ୱର, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ଅବଧିକୁ ଆଉ ମାସେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୧,୨,୩,୪ ଶେଷ ନମ୍ବର ଥିବା ଗାଡିର ଡେଡ୍ ଲାଇନ୍ ଆଜି ସରୁଥିବା ବେଳେ ଏହା ଅକ୍ଟୋବର ୩୧ ଯାଏଁ ବଢ଼ିଛି । ସେହିପରି ଅନ୍ୟ ଗାଡି ନମ୍ବର ପାଇଁ ଧାର୍ଯ୍ୟ କରାଯାଇଥିବା ସମୟସୀମାରେ ମଧ୍ୟ ମାସେ ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ପରିବହନ କର୍ତୃପକ୍ଷ(ଏସଟିଏ) ବିଜ୍ଞପ୍ତି ଜାରି କରିଛନ୍ତି ।
ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ମାସେ ମହଲତ ମିଳିଛି । ସମୟ ସୀମା ବୃଦ୍ଧି ପାଇଁ ହାଇକୋର୍ଟଙ୍କୁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର । ଯେଉଁ ଗାଡ଼ିର ଶେଷ ନମ୍ବର ୧,୨,୩,୪ ପାଇଁ ଆଜି ଥିଲା ଡେଡଲାଇନ୍ । ଏବେ ସମୟ ସୀମା ବଢ଼ିବା ପରେ ୩୧ ଅକ୍ଟୋବର ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ପାରିବେ । ସେହିପରି ୫,୬ ଶେଷ ନମ୍ବର ପାଇଁ ନଭେମ୍ବର ୩୦ ହେଉଛି ଡେଡଲାଇନ୍ । ୭ କିମ୍ବା ୮ ଥିଲେ ୩୧ ଡିସେମ୍ବର ଓ ୯ କିମ୍ବା ୦ ଥିଲେ ୩୧ ଜାନୁଆରୀ ସୁଦ୍ଧା ପଞ୍ଜୀକରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।