
-
ପଦାକୁ ଆସିଥିବା ମୃତ୍ୟୁକାଳିନ ଜମାନବନ୍ଦୀର ସତ୍ୟତା ନେଇ ଉଠିଲା ପ୍ରଶ୍ନ
ରାଉରକେଲା, ରାଉରକେଲା କୋର୍ଟର ଜଣେ ଆଇନଜୀବୀ ତଥା ବାର୍ ଆସୋସିଏସନର ପୂର୍ବତନ ସଭାପତି ରମେଶ ଚନ୍ଦ୍ର ବଳଙ୍କ ଶବ ଏକ ରଶିରେ ଝୁଲୁଥିବା ବେଳେ ସେ ରହୁଥିବା ଘରୁ ବାହାରିବା ପରେ ସେଠାରୁ ମିଳିଥିବା ମୃତ୍ୟୁକାଳିନ ଜମାନବନ୍ଦୀରେ ଯାହା ଲେଖାଯାଇଛି ସେଥିରେ ଥିବା ସତ୍ୟତାକୁ ନେଇ ଏବେ ଉଠିଲାଣି ପ୍ରଶ୍ନ ।
ଜମାନବନ୍ଦୀରେ ଯାହା ଲେଖା ଯାଇଛି, ଛେଣ୍ଡର କଳିଙ୍ଗବିହାର ଅଂଚଳରେ ତାଙ୍କର ଭୁଲ ନିଷ୍ପତି ଲାଗି ୩ କୋଟି ଟଙ୍କାର ସଂପତି ହାତରୁ ଚାଲିଗଲା । ଏନେଇ ତଦନ୍ତ କରାଜିବାରୁ ଜଣାପଡିଛି, କଳିଙ୍ଗବିହାର ଛେଣ୍ଡ ଅଂଚଳରେ ବିଜୁ ପଟ୍ଟନାୟକ ଛକ ସମ୍ମୁଖ ବାମ ପାଖରେ ଏକ ୧୫୦୦ ସ୍କୋୟାରଫୁଟ ଯାଗା ଉପରେ ୪/୫ଟି ଦୋକାନ ଘର ରହିଛି, ତା ଉପରେ କିଛି ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି, ଏହାର ବଜାର ଦର ୧ କୋଟି ମଧ୍ୟରେ ହେବ ବୋଲି କୁହାଯାଉଛି, ସ୍ଵର୍ଗତ ବଳ ସେ ଯାଗାରେ ଏକ ୟୁନିଅନ ଅଫିସ ମଧ୍ୟ ଚଳାଉଥିଲେ। ଅନେକ ସମୟରେ ସେ ସେଠାରେ ବସନ୍ତି ଓ ଦୋକାନ ଭଡା ମଧ୍ୟ ଆଦାୟ କରନ୍ତି । ହେଲେ ସେ ଯାଗା ସ୍ଵର୍ଗତ ବଳଙ୍କ ନାମରେ ନାହିଁ। ତାହା, ଘର ନମ୍ବର କେବି-୨୫ ମାଲିକ କ୍ରିଷ୍ନା ଜେନା ବୋଲି ରେକର୍ଡରେ ରହିଛି । ସେଠିକାର ବିଜୁଳି ବିଲ ପ୍ରାୟ ୩୦୦୦ ଟନ୍କା ବାକି ରହିଛି । ତେବେ କ୍ରିଷ୍ନା ଜେନା ଯଦି ତାଙ୍କ ସଂପର୍କୀୟ ହୋଇଥାନ୍ତି ଓ ତାଙ୍କ ଘରେ ରହୁଛନ୍ତି ତେବେ ସଂପତି ତ ତାଙ୍କ ଘରେ ରହିଲା ଏଥିଲାଗି ସେ ବ୍ୟସ୍ତ ହୋଇ ମୃତ୍ୟୁକୁ କୋଳେଇନେବା ପଛରେ କାରଣ ବୋଲି ପ୍ରଶ୍ନ ହେଉଛି ।ସେହିଭଳି ଛେଣ୍ଡ ପ୍ରଥମ ଫେଜ ଜେଜେ ମାର୍କେଟ ପାଖରେ ପଡିରହିଥିବା ୧ ଏକର ଯାଗା ଯାହା ପାଚେରୀ ଘେରା ହୋଇ ରହିଛି, ତାହା ସ୍ଵର୍ଗତ ବଳଙ୍କର ବୋଲି ଆଲୋଚନା ହୁଏ, ହେଲେ ତଦନ୍ତରୁ ଜଣାପଡୁଛି ଏହା ରାଉରକେଲା ଏଜୁକେଶନ ସୋସାଇଟୀ ନାମରେ ରହିଛି । ତାର ଇତିହାସ ହେଲା, ଏହି ସଂସ୍ଥାର ଆବେଦନ କ୍ରମେ ୧୯୮୭ରେ ସେ ସମୟରେ ଆରଆର ଆଇଟି ୧ଏକର ଯାଗା ମାତ୍ର ୨୪,୫୦୦ ଟଙ୍କାରେ ଦେଇ ନିଜର କାମ କରିବାକୁ କୁହାଯାଇଥିଲା । ହେଲେ ଯାଗା ପାଇବା ପରେ ସୋସାଇଟି କୌଣସି କାମ ନକରି ଯାଗାକୁ ପକାଇ ରଖିବାରୁ ୨୦୦୫ରେ ସୋ କଜ୍ ନୋଟିସ ଦେଇ ଯାଗା ବାତିଲ କରିବାକୁ କୁହାଜିବାରୁ ସୋସାଇଟିର ସଂପାଦକ ଗୌରାଙ୍ଗ ଚନ୍ଦ୍ର ପାଢୀ ରାଉରକେଲା ସବଜଜ୍ କୋର୍ଟରେ ମାମଲା ନମ୍ବର ସିଏସ-୪/୨୦୦୬ ରୁଜୁ କରି ଆର ଆର ଆଇଟିକୁ ଛନ୍ଦିଲେ । ଏହି ମାମଲାରେ ସୋସାଇଟି ଜିତିବା ପରେ ଆରଡିଏ ହାଇକୋର୍ଟଙ୍କ ଦ୍ଵାରାସ୍ଥ ହୋଇ ମାମଲା ନମ୍ବର ଆରଏସଏ ୩୦୦୩/୨୦୦୯ ରୁଜୁ କରି ତଳ କୋର୍ଟ ଆଦେଶ ଖାରଜ ଲାଗି ଆବେଦନ କରି ସେ ଯାଗାକୁ ଫେରାଇ ନେବାକୁ ଉଦ୍ୟମ କରିଥିଲେ । ତେବେ ସେହି ମାମଲା ଏବେ ବି ବିଚାରାଧିନ ରହିଛି । ଏ ଯାଗାରେ ମଧ୍ୟ ଶ୍ରୀ ବଳଙ୍କର ନାମ କେଉଁଠି ବି ନାହିଁ । ତେବେ ଏହି ଯାଗାର ବର୍ତମାନ ମୂଲ୍ୟ ସରକାରୀ ଭାବେ ରହିଛି ୪ କୋଟି ବଜାର ମୁଲ୍ୟ ରହିଛି ୩୦ କୋଟି । ତେବେ ଏଠି ପ୍ରଶ୍ନ ଉଠୁଛି ସ୍ଵର୍ଗତ ବଳ ଯାହା ମରିବା ଆଗରୁ ଲେଖିଯାଇଛନ୍ତି ଛେଣ୍ଡ ଅଂଚଳର ସଂପତିରେ ନିଜର ଭୁଲ ନିଷ୍ପତି ଲାଗି ତାଙ୍କର ୩ କୋଟିର ସଂପତି ହାତରୁ ଚାଲିଗଲା ସେଥିଲାଗି ବଡପୁଅ ଘର ଛାଡିଦେଲା ସେଥିରେ କେତେ ସତ୍ୟତା ରହିଛି ତାହା ସଂପୁର୍ଣ ପଦାକୁ ଆସିଛି । ତେବେ ମରିବା ଆଗରୁ ରଶି କିଣୁଥିବା ବେଳେ ତାଙ୍କୁ ଲୋକେ ଦେଖି ପଚାରିବାରୁ ସେ କୁଆଡେ କହିଥିଲେ କୁଅରେ କିଛି ପଡିଗଲେ ତାକୁ ବାହାର କରିବା ଲାଗି ସେ ଏହାକୁ କିଣୁଛନ୍ତି, ଘର ଲୋକ ବି ଏହାକୁ ଦେଖିଥିବାର କୁହାଯାଉଛି । ଜମାନାବନ୍ଦୀ ମଧ୍ୟ କିଛି ଦିନ ଆଗରୁ ଲେଖିଥିଲେ ବୋଲି ଜଣାପଡିଛି । ତେବେ ଏତେ ସବୁ କଥା ଭିତରେ ଲୋକେ କହୁଛନ୍ତି ରମେଶ ବାବୁ ଆତ୍ମହତ୍ୟା କରିବେ ତାହା ଆଦୌ ଗ୍ରହଣୀୟ ନୁହେଁ, ସେ ସେଭଳି ମାନସିକତାର ଲୋକ ନଥିଲେ । ତେବେ ବାସ୍ତବ କଥା କଣ ? ନିଜ ନାମରେ ସଂପତି ନଥାଇ ସେ ସଂପତି ଲାଗି ଏତେ ସମୟ ଦେଉଥିଲେ କୋର୍ଟରେ ମାମଲା ଲଢୁଥିଲେ, ପୁଣି ସେହି ସଂପତି ହାତରୁ ଚାଲିଗଲା ନିଜର ଭୁଲ ନିଷ୍ପତିଲାଗି କହିବା ଘଟଣାକୁ ଅଧିକ ସନ୍ଦେହ ଭିତରକୁ ଠେଲି ଦେଇଛି । ତେବେ ଏସବୁ ପଛରେ ଆହୁରି କିଛି ଅଦୃଶ୍ୟ କାରଣ ଛପି ରହିଛି ଯେଉଁ ଅକୁହା କଥାକୁ ସ୍ଵର୍ଗତ ବଳ ଲେଖିପାରି ନାହାନ୍ତି ତାହାର ତଦନ୍ତ କରାଯାଇପାରିଲେ ସତ କଣ ପଦାକୁ ଆସିବ ବୋଲି କୁହାଯାଉଛି ।