-
ଏକକାଳୀନ ୭ଟି ସ୍ଥାନରେ ଚଢଉ
ଭୁବନେଶ୍ଵର, ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଇଡକୋ ଆସିଷ୍ଟାଂଟ ମ୍ୟାନେଜର ମନୋଜ କୁମାର ଲେଙ୍କାଙ୍କ ଘର ଉପରେ ଚଢ଼ଉ କରିଛି ଭିଜିଲାନ୍ସ । ଘର, ଅଫିସ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢଉ କରିଛି ଭିଜିଲାନ୍ସ । ୨ ଜଣ ଡିଏସପିଙ୍କ ସମେତ ୧୦ ଇନ୍ସପେକ୍ଟର ଚଢ଼ଉରେ ସାମିଲ ହୋଇଛନ୍ତି । ଆଜି ସକାଳ ଠାରୁ ଚଢ଼ଉ ଆରମ୍ଭ ହୋଇଛି । ମନୋଜଙ୍କର ଭୁବନେଶ୍ଵର କୋରଡକଂଟା ଓ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଥିବା ଦୁଇଟି ତିନି ମହଲା ବିଲ୍ଡିଂ ଉପରେ ଚଢଉ ହୋଇଛି । ଏଥିସହ ଭୁବନେଶ୍ଵର ସ୍ଥିତ ଅଫିସ, ପୁରୀରେ ଥିବା ଫ୍ଲାଟ୍, ଉତରା ଛକରେ ଥିବା ଏକ ମାର୍କେଟ କମ୍ପେକ୍ସ, ନିଳାଦ୍ରୀନଗରରେ ଥିବା ଘର ଉପରେ ମଧ୍ୟ ଚଢ଼ଉ ହୋଇଛି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।