ଭୁବନେଶ୍ୱର – ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଦୁଇ ଚକିଆ (ସେଗୱେ) ପାଟ୍ରୋଲିଂ ପ୍ରଣାଳୀର ପ୍ରଚଳନ କରାଯାଇଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ମଙ୍ଗଳବାର ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ରେଳପଥର ପ୍ରମୁଖ ନିରାପତା ଆୟୁକ୍ତ ଶ୍ରୀ ରାଜା ରାମ ଓ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହଙ୍କ ଉପସ୍ଥିତିରେ ଏହାକୁ ଉଦ୍ଘାଟନ କରିଛନ୍ତି ।
ବ୍ୟାଟେରୀ ଦ୍ୱାରା ପରି·ଳିତ ଏବଂ ପରିବେଶ ଉପଯୋଗୀ ସେଗୱେ ପ୍ରଣାଳୀ ଦ୍ୱାରା ଆରପିଏଫ କର୍ମ·ରୀ ମାନେ ଷ୍ଟେସନ ଠାରେ ସେମାନଙ୍କର ପାଟ୍ରୋଲିଂ ଡ୍ୟୁଟି ସମୟରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଖୁବ କମ ସମୟରେ ଯାଇ ପାରିବେ ଓ ଯାତ୍ରୀ ଭିଡକୁ ପରି·ଳନା କରିପାରିବେ । ଏହା ଦ୍ୱାରା ମଧ୍ୟ ଆରପିଏଫ କର୍ମ·ରୀ ମାନେ ରେଳ ସମ୍ପତିର ସୁରକ୍ଷା ସହିତ ଯାତ୍ରୀ ନିରାପତା ପ୍ରତି ବିଶେଷ ଧ୍ୟାନ ଦେଇପାରିବେ । ଏହି ହାଇ-ଟେକ ପାଟ୍ରୋଲିଂ ପ୍ରଣାଳୀ ମଧ୍ୟ ଆରପିଏଫ କର୍ମ·ରୀ ମାନଙ୍କ ମନୋବଳକୁ ବୃଦ୍ଧି କରିବା ସହ ଖୁବ କମ ସମୟ ମଧ୍ୟରେ ଯାତ୍ରୀ ମାନଙ୍କର ଅଭିଯୋଗ ପ୍ରତି ଧ୍ୟାନ ଦେଇପାରିବେ । ଅଧିକରୁ ଅଧିକ ସେଗୱେ ପ୍ରଚଳନ ପାଇଁ ସୁରକ୍ଷା କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।
ଏହି ସେଗୱେ ପ୍ରଣାଳୀ ଦେଶର ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ମାନଙ୍କଠାରେ କିଛିଦିନ ପୂର୍ବରୁ ପ୍ରଚଳନ କରାଯାଇ ଅଛି ଓ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଶାଖାପାଟଣା ଷ୍ଟେସନ ଠାରେ ଇତିମଧ୍ୟରେ ପ୍ରଚଳନ କରାଯାଇଥିବା ବେଳେ ଓଡିଶା ରେ ଏହା ପ୍ରଥମ ଅଟେ ।
ବ୍ୟସ୍ତ ସମୟରେ ଷ୍ଟେସନ ମାନଙ୍କଠାରେ ଯାତ୍ରୀ ମାନଙ୍କଦ୍ୱାରା ଟୁଇଟର କିମ୍ବା ନିରାପତା ହେଲ୍ପଲାଇନ ନମ୍ବର – ୧୮୨ ରେ ବିଭିନ୍ନ ଅଭିଯୋଗ ଯଥା ଚୋରି, ଛିନତାଇ, ଗାଳିଗୁଲଜ କରିବା ଏବଂ ବିଶୃଙ୍ଖଳା ସୃଷ୍ଟିକରିବା ଇତ୍ୟାଦିର ଖୁବ ଶୀଘ୍ର ସମାଧାନ କରିବା ଏବଂ ପଦକ୍ଷେପ ନେବାପାଇଁ ଏହି ସେଗୱେ ପ୍ରଣାଳୀ ସହାୟକ ହେବ ।