କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଉତ୍କଳୀୟ ସଂସ୍କୃତି ର ଅନନ୍ୟ କଳା ‘ଗୋଟିପୁଅ ନୃତ୍ୟ’ର ବିକାଶ ଓ ପ୍ରଚାର ପ୍ରସାର ପାଇଁ ପଦ୍ମଶ୍ରୀ ମାଗୁଣି ଦାସ ଗୋଟିପୁଅ ଗୁରୁକୂଳ ଦ୍ଵାରା ପ୍ରତିଷ୍ଠିତ ଦଶଭୂଜା ଗୋଟିପୁଅ ନୃତ୍ୟ ପରିଷଦ ସଂକଳ୍ପବଦ୍ଧ ବୋଲି ଘୋଷଣା କରାଯାଇଛି। ଐତିହ୍ୟ କଳା ଗ୍ରାମ ରଘୁରାଜପୁର ଠାରେ ପଦ୍ମଶ୍ରୀ ଉତ୍ସବ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକାରୀ ସଭାରେ ଉପଦେଷ୍ଟା ତଥା ପ୍ରାକ୍ତନ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରା,କାର୍ଯ୍ୟକାରୀ ସଭାପତି ଗୀତିକାର ବଦ୍ରି ମିଶ୍ର, ଉପସଭାପତି ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ସାଥୁଆ, ସଂପାଦକ ହେମେନ୍ଦ୍ର ଦାସ ଓ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନ ର ସଂଯୋଜକ ବସନ୍ତ କୁମାର ପ୍ରଧାନଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସଭାରେ ଗୋଟିପୁଅ ନୃତ୍ୟ ଶିଳ୍ପୀ ଙ୍କ ତାଲିମ,ଶିକ୍ଷା ଓ ହଷ୍ଟେଲ ନିର୍ମାଣ ଉପରେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।ଏହି ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ର ସୁରକ୍ଷା ଓ ବିକାଶ ପାଇଁ ଗାଳ୍ପିକ, ଗୀତିକାର ତଥା ସଂଗଠକ ବଦ୍ରି ମିଶ୍ର ଙ୍କୁ ପଦ୍ମଶ୍ରୀ ଉତ୍ସବ ଦାସ ସମ୍ମାନିତ କରିଥିଲେ।