ଭବାନୀପାଟଣା, ପାର୍କିଂରେ ରଖାଯାଇଥିବା ୫ଟି ବାଇକ୍, ଗୋଟିଏ ସ୍କୁଟି ଓ ୨ଟି କାର୍ ଜାଳି ଦେଇଛନ୍ତି ଦୁର୍ବୃତ। ଭବାନିପାଟଣା ସହରର ଇରିଗେସନ କଲୋନିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଏକ ଅଘଟଣ ।
କଲୋନିର ରୋଶନ ପାଣ୍ଡେ ନାମକ ବ୍ୟକ୍ତିଙ୍କ ପାର୍କିଂରେ ଥିବା ୫ଟି ବାଇକ, ଗୋଟିଏ ସ୍କୁଟି ଓ ୨ଟି କାର ଜାଳି ଦେଇଛନ୍ତି ଦୁର୍ବୃତ । ପାର୍କିଂରେ ଥିବା ଗାଡି ଗୁଡିକରେ ନିଆଁ ଲଗାଇ ଦୁର୍ବୃତ ମାନେ ସେଠାରୁ ଫେରାର୍ ହୋଇଯାଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ହେଲେ ସେତେବେଳକୁ ଗାଡିଗୁଡିକ ଜଳି ଯାଇଥିଲା । ଏନେଇ ଘର ମାଲିକ ରୋଶନ ପାଣ୍ଡେଙ୍କ ଏତଲାକୁ ଭିତି କରି ଭବାନିପାଟଣା ଟାଉନ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ସେପଟେ ଦୁର୍ବୃତମାନେ ଘରେ ଲାଗିଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଲେ ସେ ନେଇ ତଦନ୍ତ ଚଳାଇଛି ପୋଲିସ ।