କଟକ, ଏକ ହାତୀର ମୃତଦେହ ଭାସିଆସି ଜୋବ୍ରା ଆନିକଟରେ ଲାଗିଥିବା ବେଳେ ଏହାକୁ ଉଦ୍ଧାର କରିଛି ବନ ବିଭାଗ। ହାତୀପଲ ମହାନଦୀ ପାର୍ ହେଉଥିବା ବେଳେ ଏହି ହାତୀଟି ଭାସି ଯାଇ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ଖବର ପାଇ ହାତୀର ମୃତଦେହ ଉଦ୍ଧାର ପାଇଁ ଆଜି ସକାଳେ କଟକ ଏସିଏଫ ବିଜୟ କୁମାର ପରିଡ଼ା ଓ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଂଚିଥିଲେ । ଯୋବ୍ରା ବ୍ୟାରେଜର ୧୭ ନଂ ଗେଟରେ ଏହି ହାତୀର ମୃତଦେହ ଚାପି ହୋଇରହିଥିଲା । ହାତୀର ମୃତଦେହ ଉଦ୍ଧାର ପରେ କୂଳକୁ ଅଣାଯାଇଛି । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ୨ଟି ଡ଼ଙ୍ଗା ସାହାଯ୍ୟରେ ହାତୀର ମୃତଦେହକୁ ବାନ୍ଧି କୂଳକୁ ଅଣାଯାଇଛି ।
Related Stories
November 24, 2024
November 24, 2024