ବଲାଙ୍ଗିର, ଗତକାଲି ଭୁବନେଶ୍ବରରେ ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦ ଓ ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ଯୁବନେତା ଅର୍କେଷ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୁଝାରୀଙ୍କୁ ଭୁବନେଶ୍ବର ସ୍ଥିତ ବାସଭବନରେ ସାକ୍ଷାତ କରି ବଲାଙ୍ଗିରର ଐତିହାସିକ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର 3 ସିଟ୍ ବୃଦ୍ଧି ଓ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ରାଜ୍ୟ ସରକାରଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ଏହି ଅନୁରୋଧ ପତ୍ରରେ ଛାତ୍ର ନେତା ସୁମନ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର 3 ବିଜ୍ଞାନ, ବାଣିଜ୍ଯ ଓ କଳା ବିଭାଗରେ ଛାତ୍ରଛାତ୍ରୀଙ୍କ ଚାହିଦା ମୁତାବକ ସିଟ୍ ସଂଖ୍ଯା ବୃଦ୍ଧି କରିବା ସହିତ ନୂତନ ଇଣ୍ଡୋର ଷ୍ଟାଡିୟମ, ମିୟୁଜିଅମ, ପାର୍କ, ନୂତନ ପ୍ରକୋଷ୍ଠ ନୂତନ ବିଭାଗ ଯଥା ଷ୍ଟାଟିଷ୍ଟିକ, ମନସ୍ତତ୍ଵ ବିଭାଗ, ଏଣ୍ଠୋଗ୍ରାଫି, ସୋସିଓଲୋଜି, ରୁରାଲ ଡେଭଲପମେଣ୍ଟ, ଏମବିଏ, ଏମସିଏ, ଏମଏସଡବ୍ଲୁ ଆଦି ବିଭାଗରେ 3 ଖୋଲିବା ପାଇଁ ଏବଂ ବିଇଡି, ଏମଇଡି ପୁନଃ ଭାବରେ ଏହି ବର୍ଷରୁ ଆରମ୍ଭ କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପୁଝାରୀଙ୍କୁ ନିବେଦନ କରିଥିଲେ ।
ଏହି ସାକ୍ଷାତକାରରେ ବଲାଙ୍ଗିର ଜିଲ୍ଲା ଆଇଟି ସଂଯୋଜକ ବିଭୁତି ଭୂଷଣ ମିଶ୍ର ଓ ଯୁବନେତା ଲେଙ୍କା ସାହୁ ଉପସ୍ଥିତ ଥିଲେ ।