
ନୂଆଦିଲ୍ଲୀ, ଶହୀଦ ଭଗତ ସିଂହଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଶହୀଦ ଭଗତ ସିଂହଙ୍କୁ ଜୟନ୍ତୀ ଅବସରରେ ନମନ କରୁଛି । ତାଙ୍କର ସାହସ ଆମକୁ ପ୍ରେରଣା ଦିଏ । ଆମ ସମସ୍ତଙ୍କୁ ରାଷ୍ଟ୍ର ପାଇଁ ତାଙ୍କର ଦୃଷ୍ଟିକୋଣକୁ ସାକାର କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଉଛୁ ।