
ନୂଆଦିଲ୍ଲୀ, ଦେଶରେ ପ୍ରତିବନ୍ଧିତ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ଏବଂ ନବୋନ୍ମେଷ ଏବଂ ଷ୍ଟାର୍ଟଅପ୍ ପାରିବେଶିକ ବ୍ୟବସ୍ଥା ନିମନ୍ତେ ପାରିସ୍ଥିତିକ – ବିକଳ୍ପ ଗୁଡିକୁ ପ୍ରୋତ୍ସାହିତ କରିବାର ପ୍ରଥମ ପଦକ୍ଷେପ ଗୁଡିକ ମଧ୍ୟରୁ ଗୋଟିଏ ପଦକ୍ଷେପ ଅନୁସାରେ ପ୍ରତିବନ୍ଧିତ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀର ବିକଳ୍ପ ଉପରେ ଜାତୀୟ ଏକ୍ସପୋ / ପ୍ରଦର୍ଶନୀ ଏବଂ ଷ୍ଟାର୍ଟଅପ୍ – ୨୦୨୨ର ଉଦ୍ଘାଟନ ଆଜି ଚେନ୍ନାଇ ଠାରେ ଅବସ୍ଥିତ ଚେନ୍ନାଇ ବାଣିଜ୍ୟ କେନ୍ଦ୍ରରେ ତାମିଲନାଡୁ ରାଜ୍ୟ ସରକାରଙ୍କ ପରିବେଶ, ଜଳବାୟୁ ପରିବର୍ତ୍ତନ, ଯୁବ କଲ୍ୟାଣ ଏବଂ କ୍ରୀଡା ବିକାଶ ମନ୍ତ୍ରୀ ଶ୍ରୀ ଶିବ ଭି. ମେୟନାଥମ୍ଙ୍କ ଉପସ୍ଥିତିରେ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମ ଅବସରରେ, ଭାରତ ସରକାରଙ୍କ କେନ୍ଦ୍ର ପରିବେଶ , ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ, ଶ୍ରୀ ଭୂପେନ୍ଦ୍ର ଯାଦବଙ୍କର ଏକ ଭିଡିଓ ବାର୍ତା ଏକ୍ସପୋ ଏବଂ ଷ୍ଟାର୍ଟଅପ୍ ସମ୍ମିଳନୀ – ୨୦୨୨ର ଉଦ୍ଘାଟନ କରି ଚାଲୁ କରା ଯାଇଥିଲା । ଏକ୍ସପୋ ଏବଂ ଷ୍ଟାର୍ଟଅପ୍ ସମ୍ମିଳନୀ ଭାରତ ସରକାରଙ୍କର ଏବଂ ତାମିଲନାଡୁ ରାଜ୍ୟ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବରେ ଆୟୋଜିତ କରା ଯାଇଛି ।
କେନ୍ଦ୍ର ପରିବେଶ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ନିଜର ବାର୍ତ୍ତାରେ ଏହି କଥା ଉପରେ ଆଲୋକପାତ କରିଥିଲେ ଯେ, ସମ୍ବଳ ଗୁଡିକୁ ବୁଝି ବିଚାରି ବ୍ୟବହାର କରିବା ବଦଳରେ ମନଇଚ୍ଛା ବ୍ୟବହାର କାରଣରୁ ବର୍ଜ୍ୟ ଏବଂ ପରିଚାଳନା କରି ହେଉନଥିବା ପ୍ଲାଷ୍ଟିକ୍ ଆବର୍ଜନା ସୃଷ୍ଟି ହୋଇଛି । ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ଝୋଟ ଏବଂ ବାଉଁଶ ଭଳି ପରିବେଶ ଅନୁକୂଳ ବିକଳ୍ପ ଗୁଡିକୁ ଆପଣେଇବା ଏବଂ ପରିବେଶ ପ୍ରତି ସଚେତନତା ଜୀବନ ଶୈଳୀ ଆଡକୁ ଆଗେଇ ଯିବା ଆବଶ୍ୟକ ଅଟେ ।
ପ୍ରଦର୍ଶନୀରେ ସାରା ଦେଶର ୧୫୦ରୁ ଅଧିକ ପରିବେଶ – ବିକଳ୍ପ ନିର୍ମାତା ଭାଗ ନେଉଛନ୍ତି । ପାରିସ୍ଥିତିକ – ବିକଳ୍ପ ଗୁଡିକରେ ପ୍ରାକୃତିକ ଫାଇବର, ଯେମିତିକି ନଡିଆ କତା, ଆଖୁ ଛେଦା, ଚାଉଳ ଏବଂ ଗହମର କୁଣ୍ଡା, ଗଛ ଏବଂ କୃଷି ଅବଶେଷ, କଦଳୀ ଏବଂ ଗୁଆର ପତ୍ର, ଝୋଟ ଏବଂ କପଡା ଅନ୍ତର୍ଭୁକ୍ତ ଅଟେ । ଜାତୀୟ ପ୍ରଦର୍ଶନୀ ଜନ ସାଧାରଣ, ସ୍କୁଲ୍ ଏବଂ କଲେଜ୍ର ଛାତ୍ରଛାତ୍ରୀ ମାନଙ୍କ ପାଇଁ, ଉଦ୍ୟମୀ ମାନଙ୍କ ନିମନ୍ତେ ଏବଂ ପ୍ରତିବନ୍ଧକ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକର ପାରିବେଶିକ ବିକଳ୍ପର ନିର୍ମାତା ମାନଙ୍କ ନିମନ୍ତେ ଉନ୍ମୁକ୍ତ ରହିଛି । ଷ୍ଟାର୍ଟଅପ୍ ଏକ୍ସପୋ ଏବଂ ସମ୍ମିଳନୀ ପାରିସ୍ଥିତିକ – ବିକଳ୍ପ ଗୁଡିକର ଉପଲବ୍ଧତା ସମ୍ପର୍କରେ ବ୍ୟାପକ ସଚେତନତାର ପ୍ରଚାର ପ୍ରସାର କରିବ ଏବଂ ଷ୍ଟାର୍ଟଅପ୍ ଗୁଡିକୁ ସେମାନଙ୍କର ସମାଧାନ ଗୁଡିକୁ ଅଧିକ କରିବା ନିମନ୍ତେ ଏକ ମଂଚ / ପ୍ଲାଟଫର୍ମ ପ୍ରଦାନ କରିବ ।
ଏକ୍ସପୋରେ ରାଜ୍ୟ ସରକାର ମାନଙ୍କର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର, ସମ୍ବନ୍ଧିତ କେନ୍ଦ୍ରୀୟ ମନ୍ତ୍ରଣାଳୟ ସମୂହର, ଆର୍ôଥକ ସଂସ୍ଥାନ ସମୂହର ଏବଂ ବ୍ୟାଙ୍କ ଗୁଡିକର ପ୍ରତିନିଧି ଭାଗ ନେଉଛନ୍ତି । ଏକ୍ସପୋ ସହିତ , ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ଏବଂ ବାୟୁ ଗୁଣବତ୍ତା ପରିଚାଳନାର ବିକଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟ ଅପ୍ର ଏକ ସମ୍ମଳନୀ ମଧ୍ୟ କରା ଯାଇଛି । ଷ୍ଟାର୍ଟଅପ୍ର ସମ୍ମିଳନୀ ଦେଶରେ ଷ୍ଟାର୍ଟଅପ୍ ପାରିବେଶିକ ବ୍ୟବସ୍ଥାର ସମର୍ଥନ କରୁଥିବା ନବୋନ୍ମେଷ ଗୁଡିକୁ ଏବଂ ସଂସ୍ଥା ଗୁଡିକୁ ଏବଂ ସରକାରୀ ବିଭାଗ ଗୁଡିକ ମଧ୍ୟରେ ବିଚାର ଗୁଡିକର ଆଦାନ ପ୍ରଦାନ ନିମନ୍ତେ ଏକ ମଂଚ ପ୍ରଦାନ କରିବ । ସାମୁଦ୍ରିକ ପ୍ଲାଷ୍ଟିକ୍ ବର୍ଜ୍ୟ ବିଷୟ ସମ୍ପର୍କିତ ପ୍ରସଙ୍ଗ, ଆହ୍ୱାନ ସମୂହ ଏବଂ ଭବିଷ୍ୟତର ମାର୍ଗ ଏବଂ ପରିବେଶ – ବିକଳ୍ପ ଗୁଡିକର ନିର୍ମାଣ ଉପରେ ମଧ୍ୟ ଅଧିବେଶନ ଆୟୋଜିତ କରା ଯାଇଛି ।
ଭାରତ ଚଳିତ ବର୍ଷ, ୨୦୨୨ ଜୁଲାଇ ପହିଲାରୁ ଚିହ୍ନଟ କରା ଯାଇଥିବା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ, ଯେଉଁଥିରେ ଉଚ୍ଚ ଆବର୍ଜନା କ୍ଷମତା ଏବଂ କମ୍ ବ୍ୟବହାର ଯୋଗ୍ୟତା ଥିଲା, ସେଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବା ନିମନ୍ତେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇଛି । ପ୍ରତିବନ୍ଧିତ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡିକ ଏବଂ ସେଗୁଡିକର ଉପଲବ୍ଧତା ଉପରେ ବିକଳ୍ପ ବିଷୟରେ ସଚେତନତା ଏହି ପ୍ରତିବନ୍ଧକର ସଫଳତାର ଚାବିକାଠି ଅଟେ ।