
କୋରେଇ – ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ହାଟସାହି ଛକ ନିକଟରେ କଟକରୁ ରୋଗୀକୁ ନେଇ ଫେରୁଥିବା ବେଳେ ଏକ ଟ୍ରକ ସାଇଡ଼ ମାରିଦେବାରୁ ଏକ ଘରୋଇ ଆମ୍ବୁଲାନ୍ସ କ୍ଷତିଗ୍ରସ୍ତ ହେବା ସହିତ ତିନି ଜଣ ଆହତ ହୋଇଛନ୍ତି ।
ମିଳିଥିବା ସୁତ୍ରରୁ ପ୍ରକାଶ ଯେ ବାଲେଶ୍ୱରରୁ ଏକ ଘରୋଇ ଆମ୍ବୁଲାନ୍ସ (ଓଡ଼ି୦୧ଜେ୬୨୪୪) ଅପରେସନ ହୋଇଥିବା ଏକ ରୋଗୀଙ୍କୁ ଚେକଅପ ସାରି କଟକରୁ ଫେରୁଥିବା ବେଳେ ହାଟସାହି ଛକ ନିକଟସ୍ଥ ଟିକର ନିକଟରେ ଏକ ଟ୍ରକ (ଓଆର୦୪ଏଚ୧୩୩୫) ଆମ୍ବୁଲାନ୍ସଟିକୁ ସାଇଡ଼ ମାରିଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀ ସମେତ ରୋଗୀଙ୍କ ଆତ୍ମୀୟ ଓ ଆଟେଣ୍ଡାଂଟ ଆହତ ହୋଇଛନ୍ତି । ଖବର ପାଇ ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୂ ଅନ୍ୟ ଏକ ଆମ୍ବୁଲାନ୍ସରେ କଟକ ପଠାଇବା ସହିତ ଗାଡ଼ି ଦୁଇଟିକୁ ଜବତ କରିଛନ୍ତି ।