ଭୁବନେଶ୍ଵର,ଗତ ୨୪ ଘଂଟାରେ ମାଲକାନଗିରି ଜିଲ୍ଲା ମାଥିଲିରେ ସର୍ବାଧିକ ୬୪.୦ ମି.ମି. ବର୍ଷା ରେକର୍ଡ କରାଯାଇଛି ।ସେହିପରି ଗଜପତି ଜିଲ୍ଲାର ନୂଆଗଡ଼ରେ ୫୮.୦ ମି.ମି., ଗଞ୍ଜାମ ଜିଲ୍ଲାର ପୋଲସରାରେ ୫୨.୬, ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ାରେ ୪୩.୬, ବରଗଡ଼ ଜିଲ୍ଲାର ଅମ୍ବାଭୋନାରେ ୩୫.୦, କଳାହାଣ୍ଡି ଜିଲ୍ଲାର ନର୍ଲାରେ ୩୪.୦, ମାଲକାନଗିରି ଜିଲ୍ଲାର ପଡ଼ିଆରେ ୩୩.୩, କୋରାପୁଟ ଜିଲ୍ଲାର ବୋରିଗୁମ୍ମାରେ ୩୦.୮, ସୁନ୍ଦରଗଡ଼ ଜିଲ୍ଲାର ଟେନସାରେ ୨୪.୬, ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରାରେ ୨୩.୮, ଗଜପତି ଜିଲ୍ଲାର ଗୁମ୍ମାରେ ୨୦.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିରେ ୩୬.୫ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼ ଓ ବୌଦ୍ଧରେ ୨୦.୦ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି।