ମାଲକାନଗିରି, ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଏବଂ ଜିଲ୍ଲା ପ୍ରଶାସନ, ମାଲକାନଗିରିଙ୍କ ମିଳିତ ସହଯୋଗରେ ନିଶାମୁକ୍ତ ଭାରତ ଅଭିଯାନ ପ୍ରସଙ୍ଗ ଆଧାରିତ ଜିଲ୍ଲା ସ୍ତରୀୟ ପ୍ରବନ୍ଧ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ମାଲକାନଗିରି ମହାବିଦ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟରୁ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାର ମୂଲ୍ୟାୟନ ସ୍ଵତନ୍ତ୍ର ବିଚାରକ ମଣ୍ଡଳୀଙ୍କ ଦ୍ଵାରା କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।
ଉକ୍ତ ପୁରସ୍କାର ବିତରଣ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରି ମାନପତ୍ର ସହ ପୁରସ୍କାର ବିତରଣ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାସ, ନେହେରୁ ଯୁବକେନ୍ଦ୍ର, ମାଲକାନଗିରିର ସଂଯୋଜକ ହରିଶ ରୂପାଲ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟର ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ତଥା ସମ୍ପାଦକ ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ. ରଞ୍ଜନ କୁମାର ସ୍ଵାଇଁ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ନମିତା ଦଣ୍ଡସେନା, ଅଧ୍ୟାପକ ଗୋକୁଳାନନ୍ଦ ପାତ୍ର, ଜୀମୁତ ନାୟକ, ପ୍ରମିୟ କୁମାର ମହାନ୍ତି, ତପନ କୁମାର ବେହେରା, ଗୌତମ ନାୟକ, ଜବାହର ନବୋଦୟ ବିଦ୍ୟାଳୟର କଳା ଶିକ୍ଷୟତ୍ରୀ ପିଙ୍କି ପଣ୍ଡା, ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ମହାରଣା ପ୍ରମୁଖ ଯୋଗଦେଇ ପ୍ରତିଯୋଗୀତା ଗୁଡିକୁ ସୁଚାରୁରୂପେ ସମ୍ପର୍ଣ୍ଣ କରିଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା ରାଜୀବ ପୂଜାରୀ, ଆନଦିତା ରାୟ, ରାଜେଶ କୁମାର ଭୌମିକ, ରବି କୁମାର ବିଷୋୟୀ, ତପନ ବରାଳ ଉପସ୍ଥିତ ରହି ସହଯୋଗ କରିଥିଲେ। ସମସ୍ତ ବର୍ଗର କୃତି ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ସୂଚନା ପ୍ରଦାନ କରାଯାଇଥିଲା।