ଜୟପୁର/ଭୁବନେଶ୍ୱର, ୫ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଜଣେ ବରିଷ୍ଠ କିରାଣୀ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ତହସିଲ ଅଫିସର ମୁଖ୍ୟ କିରାଣୀ ତଥା ରୁମ୍ ଦାୟିତ୍ୱରେ ଥିବା ସତ୍ୟ ନାରାୟଣ ଦଳେଇ ଚାଷ ଜମି ପଟ୍ଟାକୁ ଘରବାଡ଼ି ପଟ୍ଟାରେ ପରିବର୍ତନ କରାଇ ଦେବାକୁ ୫ ହଜାର ଟଙ୍କା ଲାଂଚ ମାଗିଥିଲେ । ମଙ୍ଗଳବାର ଦିନ ସେ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ । ଏବଂ ଟଙ୍କା ଉଦ୍ଧାର କରିଥିଲେ । କୋରାପୁଟ ଭିଜିଲାନ୍ସ ତାଙ୍କୁ ଅଟକ ରଖିବା ସହ ୩୦/୨୨ ରେ ଏକ ମାମଲା ରୁଜୁ କରିଛି । ଅଧିକ ତଦନ୍ତ ଜାରି ରହିଛି ।
Related Stories
November 25, 2024