କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଓଡିଶାର କଳା ସଂସ୍କୃତିକୁ ସାରା ବିଶ୍ୱରେ ପରିଚିତ କରିବା ପାଇଁ ପୁରୀ ବେଳାଭୂମିରେ ନିର୍ମାଣ କଲେ ବାଲିର କ୍ଷୁଦ୍ର କୋଣାର୍କ ମିନ୍ଦିର | ଏହି ବାଲୁକା କଳାଟି କୁ ଅତିସୁନ୍ଦର ଭାବରେ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ | ସେ ଓଡିଶା ର ଐତିହ୍ୟ ଭାସ୍କର୍ଯ୍ୟ ଏବଂ କଳା ନୈପୁର୍ଣ୍ୟ କୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ପ୍ରୟାସ କରିଛନ୍ତି ତାଙ୍କ ବାଲୁକା କଳା ମାଧ୍ୟମ ରେ | କୋଣାର୍କ ମନ୍ଦିର ଓଡ଼ିଆ ମାନଙ୍କର ବିଶ୍ୱ ଦରବାରରେ ପରିଚୟ ସୃଷ୍ଟି କରେ| ସେ ବାଲିରେ ଖୁଦ୍ର କୋଣାର୍କ ମନ୍ଦିର ର ପ୍ରତିମୂର୍ତ୍ତି ନିର୍ମାଣ କରି ସାରା ବିଶ୍ୱ ରେ ଓଡିଶା କୁ ପରିଚିତ କରାଇବାକୁ ପ୍ରୟାସ କରିଛନ୍ତି ଏବଂ ସମସ୍ତ ବିଶ୍ୱ ବାସୀଙ୍କୁ ଓଡିଶା କୁ ଆସି ଓଡିଶା ର କଳା ନୈପୁର୍ଣ୍ୟ କୁ ଉପଭୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି ୱାର୍ଲଡ ଟୁରିଜିମ ଦିବସରେ | ଏହି ବାଲୁକା କଳାଟି 3ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 3 କୁଇଣ୍ଟାଲ ବାଲି ଉପଯୋଗ କରାଯାଇଛି | ଏଥିରେ ” welcome to Odisha” ଏବଂ ” world Tourism day”ର ବାର୍ତ୍ତା ଦେଇଛନ୍ତି ଶିଳ୍ପୀ |
Related Stories
November 24, 2024
November 24, 2024