ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ‘ଏନସାଇକ୍ଲୋପିଡିଆ ଅଫ ଟ୍ରାଇବସ୍ ଇନ୍ ଓଡିଶା ବହିର ୫ଟି ଖଣ୍ଡକୁ ଉନ୍ମୋଚନ କରିଛନ୍ତି । ଭୁବନେଶ୍ୱର ସ୍ଥିତ ଏସସିଏସଟିଆରଟିଆଇ ଠାରେ ମୁଖ୍ୟମନ୍ତ୍ରୀ ଏହି ବହିର ଉନ୍ମୋଚନ କରିଥିଲେ । ପ୍ରଥମ ରାଜ୍ୟ ଭାବେ ଓଡିଶା ଆଦିବାସୀଙ୍କୁ ନେଇ ଏନସାଇକ୍ଲୋପିଡିଆ ରିଲିଜ କରିଛି । ୩୮୦୦ ପୃଷ୍ଠା ସମ୍ଭଳିତ ୫ଟି ବହିରେ ୪୧୮ ଗବେଷଣାତ୍ମକ ସ୍ତମ୍ଭ ପ୍ରକାଶିତ ହୋଇଛି । ଯେଉଁଥିରେ ୬୨ ଜନଜାତି ଓ ୧୩ ଅସୁରକ୍ଷିତ ଜନଜାତିଙ୍କ ସମ୍ବନ୍ଧୀୟ ସ୍ତମ୍ଭ ଉଲ୍ଲେଖ ରହିଛି । ଆଦିବାସୀଙ୍କ ସମ୍ପର୍କରେ ଜାଣିବାକୁ ଇଚ୍ଛୁକ, ଗବେଷକ ଓ ଶିକ୍ଷାବିତ୍ ଙ୍କ ପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଏନସାଇକ୍ଲୋପିଡିଆରେ ପ୍ରକାଶିତ ୪୧୮ ସ୍ତମ୍ଭ ପୂର୍ବରୁ ଆଦିବାସୀ ପତ୍ରିକା ଓ ଅନ୍ୟାନ୍ୟ ମାଗାଜିନରେ ପ୍ରକାଶିତ ହୋଇଥିଲା । ରାଜ୍ୟ ଜାତି ଓ ଜନଜାତି ସଂଗ୍ରହାଳୟ ପରିଦର୍ଶନ କରି ଆଜି ବହି ଗୁଡିକ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା , ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର ବାଲକ୍ରିଷ୍ଣନ୍ ,ବିଭାଗୀୟ ଶାସନ ସଚିବ ଶ୍ୱାଶତ ମିଶ୍ର ଏବଂ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ପ୍ରଫେସର ଏବି ଓତା ପ୍ରମୁଖ ଉପସ୍ଥିତ ଥିଲେ ।