ବଲାଙ୍ଗିର, ୨୦୨୧ ବର୍ଷର କୃଷି ବୀମା ରାଶି ପ୍ରଦାନ ଦାବୀରେ ମାସେ ହେଲା ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ କୃଷକ ଆନ୍ଦୋଳନ ଜାରି ରହିଛି । ରାସ୍ତା ରୋକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, କୃଷି ବିଭାଗ ସଚିବଙ୍କୁ ଦାବିପତ୍ର ପ୍ରଦାନ, ବାରମ୍ବାର ରାସ୍ତାରୋକ, ବିକ୍ଷୋଭ ପ୍ରଦର୍ଶନ ପରେ ମଧ୍ୟ ରାଜ୍ୟ ତଥା କେନ୍ଦ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଲେ ନାହିଁ । ତେଣୁ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ଜୋରଦାର ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି । ଏହି କ୍ରମରେ ସୋମବାର ବଲାଙ୍ଗିର, ଟିଟିଲାଗଡ଼ ଓ ହରିଶଙ୍କର ରୋଡ ରେଳ ଷ୍ଟେସନରେ ଗୋଟିଏ ମାଲବାହୀ ଟ୍ରେନ୍ ଓ ବିଶାଖାପାଟଣା ରାଇପୁର ପ୍ୟାସେଞ୍ଜରକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ସେହିପରି ବଲାଙ୍ଗିରରେ ୨ଟି ମାଲବାହି ଟ୍ରେନ ସହିତ ସମ୍ବଲପୁର – ନାନଡେଦ ଦୃତଗାମୀ ଏକ୍ସପ୍ରେସକୁ ବଲାଙ୍ଗିରରେ ଅଟକାଇ ରଖିଥିଲେ । ସକାଳ ସାଢ଼େ ୮ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଆନ୍ଦୋଳନକାରୀମାନେ ରେଳ ଧାରଣାରେ ବସି ରହିଥିଲେ । ୭ ଦିନ ମଧ୍ୟରେ ଏନେଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ ଆନ୍ଦୋଳନକାରୀ ମାନେ ରେଳ ଧାରଣାରୁ ଉଠି ଆସିଛନ୍ତି ଏବଂ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ବୋଲି କୃଷକ ମହାସଂଘର ସମ୍ପାଦକ ସୌମେନ୍ଦ୍ର ପରିଚ୍ଛା ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024