
ଭବାନୀପାଟଣା, ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗାଁସାଥି ସଂଘର ଏକ ଜରୁରୀକାଳୀନ ବୈଠକ ଚୁରା ପାହାଡ଼ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଲାମୁଣ୍ଡା ବ୍ଲକର ୨୮ ଗୋଟି ଗ୍ରାମପଞ୍ଚାୟତର ସମସ୍ତ ଗାଁସାଥି ଉପସ୍ଥିତ ରହିଥିଲେ। ସଂଘର ସଭାପତି ଶ୍ୟାମ ସୁନ୍ଦର ଛତ୍ରିଆ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଗାଁସାଥି ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ସରକାର ଚିଠି କରିଥିଲେ ମଧ୍ୟ ଗାଁସାଥିଙ୍କ ନାମରେ ୱାର୍କଅର୍ଡର ନଦେଇ କାମ ହେଉଥିବା ଓ ଦୀର୍ଘଦିନ ଧରି ଗାଁସାଥି ମାନେ କାମ କରିଥିବା ପାଉଣା ମିଳିନଥିବା ଏପରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ବିଡିଓଙ୍କୁ ଏକ ଦାବିପତ୍ର ଦେବାପାଇଁ ସଂଘର ବରିଷ୍ଠ କର୍ମକର୍ତ୍ତା ରଞ୍ଜନ ପ୍ରଧାନ, ଅରକ୍ଷିତ ସାଗର, ନବୀନ ଟୋଲଟିଆ ସମସ୍ତ ଗାଁସାଥିଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ।