ସୁବର୍ଣ୍ଣପୁର, ପଣ୍ଡିତ ଦିନଦୟାଲ ଉପାଧ୍ଯାୟ ଓ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମତିଥି ଉପଲକ୍ଷେ ଆଜି ସୁବର୍ଣପୁର ଜିଲ୍ଲାର ତରଭା ବ୍ଲକ ଚାରଭଟା ପଂଚାୟତ ଅନ୍ତର୍ଗତ ଚାରଭଟା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଅବସରରେ ପରିବର୍ତନ ସୁବର୍ଣପୁରର ସ୍ବର, ଗଣପତି କ୍ଲବ, ନେହେରୁ ଯୁବ କେନ୍ଦ୍ର ସୁବର୍ଣପୁର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜିବି ତଥା ସ୍ବେଚ୍ଛାସେବି ବଳଦେବ ବେଦବାକ ଝିଲିମୁଣ୍ଡା ଗ୍ରାମର ସ୍ବର୍ଗିୟ ସମାଜସେଵୀ କୃଷ୍ନଚନ୍ଦ୍ର ତ୍ରିପାଠିଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ବଳନ କରି ଆଜିର ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରକାଶ ସାହୁ, ମିନକେତନ ରଣା, ସଂବିତ ତ୍ରୀପାଠି ସୁଦାଂଶୁ କର୍ମି, କଣ୍ଠେଶ୍ବର କଁଅର, ବିରକିଶୋର ରଣା, ରହିତ ରଣା ଏନ ୟ୍ବାଇ କେ ର ରଂଜନ ତ୍ରୀିପାଠୀ, ସୁବର୍ଣପୁର ପରିବର୍ତନ ସ୍ବରର ବ୍ୟାସଦେବ ମିଶ୍ର, ପ୍ରାଣବନ୍ଧୁ ଦାସ, ଶ୍ରିନିବାସ ଚାନ୍ଦ, ଭକ୍ତ ପ୍ରହଲାଦ ଖୁରା ପ୍ରମୁଖ ଯୋଗ ଦେଇଥିବା ବେଳେ ଚାରଭଟା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡକ୍ଟର ପ୍ରେମାନନ୍ଦ ମେହେର ଓ ବରିଷ୍ଠ ସମାଜସେବି ତଥା ଜିଲ୍ଲା ରକ୍ତଦାତା ସଂଘର ସଭାପତି ମନୋଜ କୁମାର ପଣ୍ଡା, ତରଭା ବ୍ଳକ ରକ୍ତଦାତା ସଂଘର ସଭାପତି ନିହାର ରଂଜନ ମଲିକ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ରକ୍ତ ଭଣ୍ଡାର ତରଫରୁ ସୁବାସ ଚନ୍ଦ୍ର ପଣ୍ଡା, ଜଗତ ଧରୁଆନ, ଜୁଧିଷ୍ଟିର ନାଏକ ଉପସ୍ଥିତ ରହି ଶିବିରକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।