ବଲାଙ୍ଗିର, ରାଜେନ୍ଦ୍ର ଯୁବକ ସଂଘ ଦ୍ଵାରା ପରିଚାଳିତ ୟୁପିଏଚସି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡ଼ା ତରଫରୁ ଏକ ଅଣସଂକ୍ରାମକ ରୋଗ ଚିହ୍ନଟ ସ୍ବାସ୍ଥ୍ୟ ଶିବିର ଆଜି ହାଟପଦା ପଡ଼ାର କମ୍ୟୁନିଟି ହଲ ଠାରେ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ କାଉନସିଲର ଓ ମହିଳା ଆରୋଗ୍ୟ ସମିତିର ସମସ୍ତ ସଦସ୍ୟ ମାନେ ମିଶି ସମସ୍ତ କର୍ମଚାରୀଙ୍କୁ ସ୍ଵାଗତ କରିଥିଲେ । ଏହି ସ୍ବାସ୍ଥ୍ୟ ଶିବିରର ମୂଳ ଉଦ୍ଦେଶ୍ୟ ଅଣସଂକ୍ରମକ ରୋଗର ଚିହ୍ନଟ ସହ ମାଗଣା ରକ୍ତ ପରୀକ୍ଷା, ମାଗଣା ଔଷଧ, ଜୀବନ ଶୈଳୀ ଓ ଖାଦ୍ୟପେୟ ଉପରେ ପରାମର୍ଶ ଏବଂ ମାଗଣା ଡାକ୍ତର ସେବା । ଏହି ସ୍ବାସ୍ଥ୍ୟ ଶିବିରରେ ୨୦୦ ରୁ ଉର୍ଦ୍ଧ ସଂଖ୍ୟକ ରୋଗୀ ଚିକିତ୍ସା ଲାଭ କରିଥିଲେ । ଉକ୍ତ ସ୍ବାସ୍ଥ୍ୟ ଶିବିରର ନିରୀକ୍ଷଣ (ଡିପିଏଚଓ) ଜିଲ୍ଲା ପ୍ରାଥମିକ ସ୍ଵାସ୍ଥ୍ୟ ଅଧିକାରୀ ଦିବ୍ୟ କିଶୋର ପତି କରିଥିଲେ। (ଏପିଏମ) ସରକାରୀ ପ୍ରୋଗ୍ରାମ ଅଧିକାରୀ ରାମାନୁଜ ପଣ୍ଡା, ୟୁଡିଏମ ଅନିଲ ମହାକୁର, ସ୍ଵାସ୍ଥ୍ୟ ନିରୀକ୍ଷକ ଦେବେଶ ରାଉତ ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିବା ସହ ଶିବିରର ତଦାରଖ କରିଥିଲେ ।
ଏହି ସ୍ବାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢି ଓ ଡାକ୍ତର ଶ୍ରେୟାସ ପାଣିଗ୍ରାହୀ (ମୁଖ ଓ ଦାନ୍ତ ରୋଗ ବିଶେଷଜ୍ଞ) ସମେତ ଷ୍ଟାଫ ନର୍ସ ରାଧାକାନ୍ତ ନାଏକ, ସନ୍ତୋଷିନି କରନ, ଫାର୍ମାସିଷ୍ଟ ମୁକେଶ ରଣା, ଲେଵ ଟେକନିଶିଆନ ପ୍ରମୋଦ ଥନପତି, ଡାଟା ଆସିଷ୍ଟାଣ୍ଟ ସୁମନ ଭାଟି, ସଗୀର ମହମ୍ମଦ, ମାନସ ହୋତା, ଶ୍ଵର୍ଜିତ୍ ଶତପଥୀ ସହଯୋଗ କରିଥିଲେ। ଉକ୍ତ ସ୍ବାସ୍ଥ୍ୟ ଶିବିରର ଆୟୋଜନ ଓ ପରିଚାଳନା କାର୍ଯ୍ୟ ଜାଗ୍ରତ ପାଣିଗ୍ରାହୀ ବୁଝିଥିଲେ।