ଭୁବନେଶ୍ୱର,ଆସନ୍ତା ୨୮ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଇନଭେଷ୍ଟରସ ମିଟ୍ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଯୋଗ ଦେବେ । ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଏହି ସୂଚନା ଦେଇଛନ୍ତି ।
ଶିଳ୍ପମନ୍ତ୍ରୀ କହିଛନ୍ତି, ମୁମ୍ବାଇ ଭଳି ବେଙ୍ଗାଲୁରୁରେ ବି ମୁଖ୍ୟମନ୍ତ୍ରୀଙ୍କର ୱାନ୍ ଟୁ ୱାନ୍ ଭେଟିବା କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ଓଡ଼ିଶା ଇନଭେଷ୍ଟରସ ମିଟ୍ ହେବ । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ନିମନ୍ତ୍ରଣ ଦିଆଯିବ । ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି