
ନୂଆଦିଲ୍ଲୀ, ଶନିବାର ଧୀରପୁରରେ ସିଭିଲ ସର୍ଭିସେସ୍ ଅଂଶଗ୍ରହଣକାରୀ ବାଳିକା ହଷ୍ଟେଲର ପ୍ରସ୍ତାବିତ ଭବନ ଭୁମି ପୁଜନ ଏବଂ ଶିଳାନ୍ୟାଶ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକର ସରସଂଘଚାଲକ ଡକ୍ଟର ମୋହନ ଭଗବତ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ବାଳିକା ହଷ୍ଟେଲର ଏହି ନୂତନ ଭବନ ‘ସଙ୍କଳ୍ପ ଗ୍ଲୋବ କ୍ୟାପିଟାଲ ଭବନ’ ଭାବରେ ଜଣାଶୁଣା ଅଟେ ।
ପ୍ରଶାସନିକ ସେବାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବାର ଆବଶ୍ୟକତା ବର୍ଣ୍ଣନା କରି ଡକ୍ଟର ଭାଗବତ କହିଛନ୍ତି ଯେ ପ୍ରଶାସନିକ ସେବାରେ ବାଳିକାମାନଙ୍କର ଅଂଶଗ୍ରହଣ ବୃଦ୍ଧି ହେବା ଉଚିତ ଏବଂ ସଙ୍କଳ୍ପର ନୂତନ ବାଳିକା ହଷ୍ଟେଲ ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ହେବ ।
କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମାବେଶକୁ ସମ୍ବୋଧିତ କରି ଡକ୍ଟର ଭାଗବତ କହିଛନ୍ତି ଯେ ସଙ୍କଳ୍ପ ସନ୍ଥା ଦ୍ୱାରା ଯୁବକମାନଙ୍କୁ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ କରିବା ଜାତୀୟ କାର୍ଯ୍ୟ କରୁଛନ୍ତି । ଦେଶର ପ୍ରଶାସନିକ ବ୍ୟବସ୍ଥାରେ ମୂଲ୍ୟବୋଧ ସୃଷ୍ଟି କରିବାରେ ଏହା ଅତ୍ୟନ୍ତ ଉପଯୋଗୀ ।