
ନୂଆଦିଲ୍ଲୀ, କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଶନିବାର ଦିନ ଏକାତ୍ମ ଭାରତ ର ପ୍ରଣେତା ଶ୍ୟାମା ପ୍ରଶାଦ ମୁଖାର୍ଜୀ ପୁସ୍ତକର ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକର ଲେଖକ ଆଚାର୍ଯ୍ୟ ମାୟାରାମ ପତଂଗ ଓ ଏହା ପ୍ରଭାତ ପ୍ରକାଶନରୁ ପ୍ରକାଶିତ ହୋଇଅଛି । ବିଶ୍ୱହିନ୍ଦୁ ପରିଷଦର ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାରଙ୍କ ଉପସ୍ଥିତିରେ ପୁସ୍ତକ ଉନ୍ମୋଚନ ହୋଇଅଛି । ଏହି ଅବସରରେ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ଡା ଶ୍ୟାମାପ୍ରଶାଦ ମୁଖାର୍ଜୀଙ୍କ ରାଷ୍ଟ୍ର ସେବା ଏବଂ ଶିକ୍ଷାକୁ ନେଇ ତାଙ୍କର ଦୁରଦୃଷ୍ଟି ଉପରେ ଆଲୋଚନା କରିଛନ୍ତି ।
ଏହି ଅବସରରେ ପ୍ରକାଶକ ପ୍ରଭାତ ଅଗ୍ରବାଲ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଡା ଶ୍ୟାମାପ୍ରଶାଦ ମୁଖାର୍ଜୀଙ୍କ ବ୍ୟତୀତ ବୀର ସାବରକର ଓ କିଛି ଅନ୍ୟ ପୁସ୍ତକ ମଧ୍ୟ ପ୍ରଦାନ କରିଥିଲେ । ଡା ଶ୍ୟାମାପ୍ରଶାଦ ମୁଖାର୍ଜୀ ୩୩ ବର୍ଷ ବୟସରେ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ହେବା ପରେ ରାଷ୍ଟ୍ରରାଜନିତୀରେ ହିନ୍ଦୁତ୍ୱର ଶିକ୍ଷାକୁ ସ୍ଥାପନ କରିବା ପାଇଁ ସେ ରାଜନିତୀକୁ ଆସିଥିଲେ । ସେ ତାଙ୍କର ପିଲାଟି ବେଳଠୁ ଶିକ୍ଷା ଓ ଜନସଂଗଠନର ଅଧ୍ୟକ୍ଷ ହେବା ପର୍ଯ୍ୟନ୍ତ ରାଷ୍ଟ୍ରସେବାର ପୁରା କାହାଣୀ ଏହି ପୁସ୍ତକରେ ସେ ସାମିଲ କରିଛନ୍ତି ।