
ଗଂଜାମ, ବ୍ରହ୍ମପୁର ରେଳଷ୍ଟେସନ ୧ ନମ୍ବର ପ୍ଲାଟଫର୍ମ ନିକଟ ରେଳ ଧାରଣାରେ ଜଣେ ଯୁବକ ଆଜି ସକାଳ ସାତଟା ସମୟରେ ଠିଆ ହୋଇଥିବାବେଳେ ଗୋଟିଏ ଚଳନ୍ତା ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ଗୋଟିଏ ଗୋଡ କଟିଯାଇଥିଲା।ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଯୁବକର ପରିଚୟ ମିଳିନାହିଁ। ବ୍ରହ୍ମପୁର ଜିଆରପି ଘଟଣାର ତଦନ୍ତ କରୁଛି।