-
ପୁରୀର ପ୍ରସିଦ୍ଧ ଶ୍ଵେତଗଙ୍ଗା ସଫା କରିଥିବା ମହାନ ବ୍ୟକ୍ତି ସମ୍ମାନିତ
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆଜିକୁ ଦୀର୍ଘ ୧୨ ବର୍ଷ ପୂର୍ବେ ଅବହେଳିତ ଅବସ୍ଥା ରେ ଥିବା ଶ୍ଵେତଗଙ୍ଗାକୁ ଉଧାର କରିବା ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ଅନେକ ଅନୁଷ୍ଠାନ କ୍ରମାଗତ ଭାବେ ଉଦ୍ୟମ କରି ସଫଳ ହୋଇଥିଲେ । ଏହି ସ୍ମୃତିକୁ ମନେ ପକାଇବା ଓ ଶ୍ୱେତଗଙ୍ଗା କୁ ଆଦର୍ଶ ବୋଲି ମନେ କରି ସମଗ୍ର ଶ୍ରୀକ୍ଷେତ୍ର କୁ ସବୁଜ ଓ ସ୍ୱଚ୍ଛ କରିବା ପାଇଁ ଆଜି ସେହି ବ୍ୟକ୍ତିମାନଙ୍କ ସହ ବିଭିନ୍ନ ଅନୁଷ୍ଠାନ, ସଂଗଠନ ସକାଳୁ ଶ୍ରୀକ୍ଷେତ୍ର ର ପଞ୍ଚ ମହାଦେବ,ଅଷ୍ଠ ଦେବୀପୀଠେ ମାନଙ୍କରେ ସଫା ସୁତୁରା ସହ ପୂଜାର୍ଚ୍ଚନା କରିଥିଲେ । ପରେ ଅପରାହ୍ନ ରେ “ଆମ ଆଦର୍ଶ ସ୍ୱଚ୍ଛ ସବୁଜ ଶ୍ଵେତଗଙ୍ଗା ” କାର୍ଯ୍ୟକ୍ରମରେ ସମସ୍ତେ ପବିତ୍ର ତୀର୍ଥ ପୁଷ୍କରିଣୀରେ ଶ୍ୱେତଗଙ୍ଗାରେ ଏକତ୍ରିତ ହୋଇ ଏହାର ରକ୍ଷଣା ବେକ୍ଷଣ ରେ ଗୁରୁତ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବାଲିସାହିର ନୀଳମାଧବ ବିନାୟକ ସମିତିର ଉତ୍ସାହୀ ଯୁବକମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥି ସହ ନୀଳମାଧବ ବିନାୟକ ସମିତିର ସଦସ୍ୟମାନେ କହିଥିଲେ ଶ୍ଵେତଗଙ୍ଗା ଆଜି ଏଭଳି ସୁନ୍ଦର ଓ ସ୍ୱଚ୍ଛ ହୋଇପାରିଛି ତେବେ ସ୍ଥାନୀୟ ବାସିନ୍ଦା ମାନଙ୍କ ସହଯୋଗ ରହିଲେ ସମଗ୍ର ଶ୍ରୀକ୍ଷେତ୍ର ଏଭଳି ସ୍ୱଚ୍ଛ ଓ ସବୁଜ ହେଇପାରିବ ବୋଲି ଶ୍ରୀକ୍ଷେତ୍ର ବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଏହି କାର୍ଯକ୍ରମ ରେ ଅନେକ ଅନୁଷ୍ଠାନର ସ୍ବେଛାସେବୀ ବୁଦ୍ଧିଜୀବୀ ଏବଂ ଶ୍ରୀକ୍ଷେତ୍ର ବାସୀ ଏକତ୍ରିତ ହୋଇଥିଲେ।