-
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲା ସମାଜବାଦୀ ପାର୍ଟି
ଭୁବନେଶ୍ୱର, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ୧, ୨, ୩ ଓ ୪ ନମ୍ବର ଥିବା ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ୍ ଲାଗି ଶେଷ ତାରିଖ ସେପ୍ଟେମ୍ବର ୩୦ ତାରିଖ ରହିଛି । ଏହା ଭିତରେ ନମ୍ବର ପ୍ଲେଟ୍ ନ ଲଗାଇଲେ ଗାଡ଼ିର ମାଲିକମାନଙ୍କୁ ମୋଟା ଅଙ୍କର ଫାଇନ୍ ଦେବାକୁ ପଡ଼ିବ ବୋଲି ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଫାଇନ୍ଦେବା ଭୟରେ ବହୁ ଲୋକ ଲମ୍ବା ଲାଇନ୍ରେ ସ୍ଲଟ୍ ବୁକିଂ ପାଇଁ ଡହଳ ବିକଳ ହେଉଛନ୍ତି । କେତେକ ହାତଗୁଞ୍ଜା ଦେଇ ଚୋରାରେ ନମ୍ବର ପ୍ଲେଟ୍ ଲଗାଇବାକୁ ମଧ୍ୟ ପଛଉ ନାହାନ୍ତି । ତେଣୁ ସାଧାରଣ ଲୋକଙ୍କର ଏହି ଅସୁବିଧାକୁ ଆଖି ଆଗରେ ରଖି ସରକାର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ତାରିଖକୁ ମାର୍ଚ୍ଚ ୩୧ ତାରିଖ ୨୦୨୩ ମସିହା ପର୍ଯ୍ୟନ୍ତ ଘୁଂଚାଇବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ସଂକ୍ରାନ୍ତରେ ଆଜି ଏକ ଚିଠି ଲେଖି ସାଧାରଣ ଲୋକଙ୍କର ଅସୁବିଧା ଓ ଦଶହରା ଓ ଦୀପାବଳୀ ଭଳି ଗଣପର୍ବକୁ ଆଖି ଆଗରେ ରଖି ସାଧାରଣ ଲୋକଙ୍କ ପାଇଁ ଏହି ତାରିଖ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢାଇବାକୁ ଅନୁରୋଧ କରିଛନ୍ତି ।