ଝାରସୁଗୁଡ଼ା – ମଦ ବିକ୍ରି ବନ୍ଦ ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଲଖନପୁର ବ୍ଲକ ଅନ୍ତର୍ଗତ ୧୯ ଖଣ୍ଡ ମୌଜା ·ରପାଳି ପଂଚାୟତର ·ଟିପାଲି ଗ୍ରାମରେ ବେଆଇନ ଭାବେ ·ଲିଥିବା ଦେଶୀ ଓ ବିଦେଶୀ ମଦ ବିକ୍ରି କୁ ସମ୍ପୂର୍ଣ୍ଣ ରୂପେ ବନ୍ଦକରିବା ପାଇଁ ଗାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ ଅଭିଯୋଗ କରଛନ୍ତି ।
ଅଭିଯୋଗ ଅନୁଯାଇ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ନିକଟରେ ଅଣଲାଇସେନ୍ସ ପ୍ରାପ୍ତ ବିଦେଶୀ ଓ ଦେଶୀ ମଦ ଦୋକାନ ଥିବାରୁ ଏହା ସ୍କୁଲକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ଉପରେ କୁ ପ୍ରଭାବ ପଡୁଛି । ଅଂଚଳରେ ଦିନକୁ ଦିନ ମଦବିକ୍ରି ବଢୁ ଥିବାରୁ,ସେହି ହିସାବରେ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବଢ଼ିବାରେ ଲାଗିଛି । ମଦ ପିଇ ଗ୍ରାମବାସୀଙ୍କ ଆର୍ଥିକ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଥିବାବେଳେ ଘରେ ମଧ୍ୟ ଅଶାନ୍ତି ର ବାତାବରଣ ସୃଷ୍ଟି ହେଉଛି ।
ସୂଚନାଯୋଗ୍ୟ ମଦ ବିକ୍ରି ବନ୍ଦ କରିବାକୁ ଗ୍ରାମର ୭ ସ୍ୱୟଂସହାୟକ ଗୋÂୀର ସଦସ୍ୟମାନେ ବୁଝାସୁଝା କରିବା ସହିତ ସଭା ସମିତି ମାଧ୍ୟମରେ ଜନ ସଚେତନତା କରାଇଥିଲେ । କଣ୍ଢେଇକେଲା ଫାଣ୍ଡି ଅଧିକାରୀ ଓ ସ୍ଥାନୀୟ ସରପଂଚଙ୍କୁ ଏ ବିଷୟରେ ସହଯୋଗ ନିମନ୍ତେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ କହିଛନ୍ତି ।ଏହି ପରିପ୍ରେକ୍ଷୀରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରପଂଚ ପ୍ରଦୀପ ବିଶ୍ୱାଳ,ଗୁଣନିଧି ସା,ଦିବାକର ସା,ବିନୋଦ ବେହେରାଙ୍କ ସହିତ ବହୁ ଗ୍ରାମବାସୀ ଦାବି ଜଣାଇ ଏକ ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଏହା ବନ୍ଦ ନ ହେଲେ ଏହା ବିରୁଦ୍ଧରେ ଏକ ବଡ଼ ଧରଣର ଆନେ୍ଦାଳନ କରାଯିବ ବୋଲି ଗ୍ରାମବାସୀ କହିଥିବାବେଳେ,ଏଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି ।