ବଲାଙ୍ଗିର, ବଲାଙ୍ଗିର ସହର ଭିତରେ ଚୋରୀ ଡକାୟତି ଲୁଟ ଆତଙ୍କ ରାଜ୍ ବଢ଼ି ଚାଲିଛି । ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲେ ମଧ୍ୟ ପୁଲିସ ଏଦିଗରେ ପଦକ୍ଷେପ୍ ନେଉନଥିବାରୁ ସାଧାରଣ ରେ ଅସନ୍ତୋଷ ବୃଦ୍ଧି ପାଉଛି । ଗତକାଲି ରାତିରେ ବଲାଙ୍ଗିର ସ୍ଥିତ ଷ୍ଟାଟ୍ ଇନଷ୍ଟିଚୁଟ ଅଫ ହୋଟେଲ ମ୍ୟାନେଜମେଂଟ ର ଜଣେ ଅଧ୍ୟାପକ ସାହିଲ ସାହୁ ରେଲ ଷ୍ଟେସନ୍ କୁ ବାଇକ୍ ରେ ପ୍ୟାଲେସ ଲାଇନ୍ ରୁ ନୂତନ ବସ ଟର୍ମିନାଲ ଦେଇ ଯାଉଥିବା ବେଳେ ଆଗରୁ ଦୁଇଟି ବାଇକ୍ ରେ ୪ ଜଣ ଯୁବକ ତାଙ୍କୁ ଅଟକାଇ ଥିଲେ । ସେମାନେ ତାଙ୍କର ବାଇକ୍ ଲୁଟିବାକୁ ଉଦ୍ୟମ କଲା ବେଳେ ସେ ଦ୍ରୁତ ବେଗରେ ଚାଲିଯାଇ ଥିଲେ । ଦୁର୍ବୃତମାନେ ତାଙ୍କ ପିଛା କରିଥିଲେ । ଏହି ସମୟରେ ଦୁବୃର୍ତଙ୍କ ଖଣ୍ଡା ମାଡରେ ସାହିଲ ସାହୁ ଆହତ ହୋଇଥିଲେ । ସେଠାରେ ରହୁଥିବା ସାହୁଙ୍କ ସହକର୍ମୀ ବିଜୟ କିରଣଙ୍କୁ ଡାକିଥିଲେ ଶ୍ରୀ କିରଣ ସେମାନଙ୍କୁ ପ୍ରତିରୋଧ କଲାବେଳେ ତାଙ୍କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିଥିଲେ । ଲୁଟେରା ମାନେ ବିଜୟଙ୍କ ମୋବାଇଲ ନେଇଯାଇଥିଲେ ଓ ସେଠାରୁ ଚାଲିଯାଇଥିଲେ । ଦୁଇଜଣ ଯାକ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିଲେ । ସେମାନଙ୍କୁ ପୋଲିସ ପେଟ୍ରୋଲିଂ ଗାଡ଼ି ଉଦ୍ଧାର କରି ଭୀମଭୋଇ ମେଡିକାଲ୍ କଲେଜ ହସ୍ପିଟାଲ ରେ ଭର୍ତି କରିଥିଲେ । ଦୁର୍ବୃତଙ୍କ ଆକ୍ରମଣରେ ବିଜୟଙ୍କ ବାମ ଅଙ୍ଗୁଳି କଟିଯାଇ ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲ କଲେଜ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି । ଅନ୍ୟପକ୍ଷରେ ସାହିଲଙ୍କ ମୁଣ୍ଡରେ ଓ ହାତରେ ଖଣ୍ଡାରେ ହାଣିବା ଯୋଗୁଁ ଏଠାରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଏସମ୍ପର୍କରେ କାହାରିକୁ ଧରିବାରେ ସକ୍ଷମ ହୋଇନାହିଁ । ଆଗକୁ ପର୍ବଣ ଋତୁ ଆସୁଥିବା ବେଳେ ପୋଲିସ ପକ୍ଷରୁ ଅପରାଧ ନିୟନ୍ତ୍ରଣ ଦିଗରେ କୋଣସି ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିନାହିଁ ଅନ୍ୟ ପକ୍ଷରେ ବିଭିନ୍ନ ଅପରାଧ କରି ଅପରାଧି ମାନେ ଖୋଲା ଖୋଲି ପୁଲିସ କୁ ଆହ୍ୱାନ ଦେଉଛନ୍ତି ।
Related Stories
November 24, 2024
November 24, 2024