କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଉର୍ଜାବାନ ଓଡିଶା ତରଫରୁ ଜାତୀୟ ପତାକା ର ସଂମ୍ମାନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେଇ ଯାଇଛି ଫୋଟୋ ଉଠେଇ କେବଳ ଆପଣ ମାନଙ୍କୁ ସଚେତନା କରିବା ଆମର ଉଦେଶ୍ୟ ଆପଣ ମାନେ ବି ଏହି କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ l ଆଜି ପ୍ରାୟ 40/50 ଟି ତୀରଙ୍ଗା ସଂଗ୍ରହ କରାଯାଇଛି l
“ତ୍ରିରଙ୍ଗାଆମଜାତୀୟତାରଚିହ୍ନଆଉଆମସମ୍ମାନ “
ସ୍ୱାଧୀନତା ପ୍ରାପ୍ତର ୭୫ବର୍ଷ …. ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ବର୍ଷରେ ବିଗତ ବର୍ଷେ ହେଇଯିବ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ସେହି ଅନେକ କାର୍ଯ୍ୟ ଭିତରୁ ଏକ ମହାନ କାର୍ଯ୍ୟ ହେଉଛି ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ.. ସତରେ କେଡ଼େ ସୁନ୍ଦର ଏହି ବିଚାର ଅଟେ କିନ୍ତୁ ବିଡମ୍ବନା ର ବିଷୟ ହେଉଛି ଯେତିକି ହର୍ଷ ଉଲ୍ଲାଶ ସହକାରେ ଆମ୍ଭେ ଘର ଉପରେ ଆମ ଜାତୀୟ ପତାକା କୁ ଉଡେଇଲେ ସେହି ସମ୍ମାନ ଆଉ ହର୍ଷ ଉଲ୍ଲାସ ରେ କିନ୍ତୁ ପତାକା ଗୁଡିକୁ ତଳକୁ ଓହ୍ଲାଇଲେ ନାହିଁ ,ଫଳରେ ଜାତୀୟ ପତାକା ତାର ସମ୍ମାନ ହରେଇ କେଉଁଠି ଚିରା ଫଟା ଅବସ୍ଥାରେ ଝୁଲିଲା ତ କେଉଁଠି ପକ୍ଷୀ ମଳତ୍ୟାଗ କରି ରଙ୍ଗ ପରିବର୍ତ୍ତନ କଲାଣି ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ନିଶ୍ଚିତ …
ଏଣୁ ଆଜି ଅପରାହ୍ନରୁ ଉର୍ଜାବାନ ଓଡିଶା ଏବଂ ସାହିଭାଇ ଅନୁଷ୍ଠାନ ଦ୍ୱାରା ଆରମ୍ଭ ହେଇଛି ଜାତୀୟ ପତାକା ସଂଗ୍ରହ ଉତ୍ସବ, ବାନ୍ଧିଲା ବେଳେ ଯେତିକି ହର୍ଷ ଉଲ୍ଲାସ ଆମ ମାନଙ୍କ ମନରେ ଥିଲା ସେହି ହର୍ଷ ଉଲ୍ଲାସ ଆଉ ସସମ୍ମାନେ ଆମର ସଦସ୍ୟ ଗଣ ବଡଦାଣ୍ଡରେ ବିଭିନ୍ନ ଅଟ୍ଟାଳିକା ତଥା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଝୁଲିଥିବା ପତାକା ଗୁଡିକୁ ଖୋଲି ସମ୍ମାନ ସହକାରେ ସଂରକ୍ଷିତ କରିଛନ୍ତି ..ଆଗକୁ ଏହି କାର୍ଯ୍ୟ ଜାରିରହିବ |