କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ ପୁରୀ ରୋଟାରୀ କ୍ଲବ ଆନୁକୂଲ୍ୟରେ ରୋଟାରୀ ଡିଷ୍ଟ୍ରିକ୍ଟ ସ୍ତରୀୟ ଶାନ୍ତି ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ହଲିଡେ ରିସର୍ଟ ର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଆଲୋଚନା ଚକ୍ର ରେ ରୋଟାରୀ କ୍ଲବ ପୁରୀର ସଭାପତି ରୋ କମଳେନ୍ଦୁ ଦାଶ ଅଧ୍ୟକ୍ଷତା କରିଥିବା ବେଳେ, ଡିଷ୍ଟ୍ରିକ୍ଟ 3262 ର ଶାନ୍ତି କମିଟି ଅଧ୍ୟକ୍ଷ ସନ୍ତୋଷ କୁମାର ପାତ୍ର, କ୍ଲବର ଶାନ୍ତି କମିଟି ଅଧ୍ୟକ୍ଷ ଜୟ ଦାସଗୁପ୍ତା, ଉପାଧ୍ୟକ୍ଷ ରବିନାରାୟଣ ମିଶ୍ର ଓ ଶାନ୍ତି କମିଟି ଉପଦେଷ୍ଟା କୈଳାସ କାନୁନଗୋ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ରେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଦାଶ ବେନହୂର ଭାବେ ସୁପରିଚିତ ପ୍ରଖ୍ୟାତ ଶିଶୁ ସାହିତ୍ୟିକ ଅଧ୍ୟାପକ ଜୀତେନ୍ଦ୍ର ନାରାୟଣ ଦାଶ ମୁଖ୍ୟବକ୍ତା ଏବଂ କୋଲକାତା ସଲ୍ଟଲେକ୍ ସିଟି ରୋଟାରୀ କ୍ଲବ ର ଡ଼ଃ ସୋମା ଜୟସ୍ବାଲ୍ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ନିଜ ନିଜର ବକ୍ତବ୍ୟ ରେ ଅତିଥି ଓ କର୍ମକର୍ତ୍ତା ଗଣ ରୋଟାରୀ ର ସିଦ୍ଧାନ୍ତ ଓ ଭାରତୀୟ ଦର୍ଶନ କୁ ପାଥେୟ କରି ସମାଜକୁ ଯଥାସମ୍ଭବ ପ୍ରତିଦାନ ଦେବା ସହ ଅନ୍ୟ ପ୍ରତି ଇର୍ଷା ଓ ଅସୂୟା ପ୍ରକାଶ ନ’କରିବାଦ୍ବାରା ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ବର୍ଷିଆନ୍ ସାରସ୍ବତ ସାଧିକା, ସମାଜସେବୀ ତଥା ନୀଳାଚଳ ନାରୀସେବା ସମିତି ର ସଭାନେତ୍ରୀ କୁନ୍ତଳା କୁମାରୀ ଆଚାର୍ଯ୍ୟ ଏବଂ ପୁରୀ ର ଜଣାଶୁଣା ମଞ୍ଚ ସଂଯୋଜକ ସାହିତ୍ୟିକ ଶ୍ୟାମପ୍ରକାଶ ସେନାପତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ପୁରୀ ର ୧୦ଟି ସ୍କୁଲରେ ଅନୁଷ୍ଠିତ ଚିତ୍ରାଙ୍କନ ଓ ସ୍ଳୋଗାନ ପ୍ରତିଯୋଗିତା ରେ କ୍ରୁତ ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଚିତ୍ରାଙ୍କନ ରେ ବିଶ୍ବମ୍ଭର ବିଦ୍ୟାପୀଠ ର ବିଶ୍ନୁ ଦାସ୍ ପ୍ରଥମ, ପୁରୀ ଜିଲ୍ଲା ସ୍କୁଲର ସ୍ବୟଂପ୍ରଭା ମଲ୍ଲ ଦ୍ବିତୀୟ, ଭଗବତୀ ବିଦ୍ୟା ନିକେତନର ସ୍ବାଗତିକା ପ୍ରଧାନ ତ୍ରୁତୀୟ ଏବଂ ସ୍ଲୋଗାନ୍ ପ୍ରତିଯୋଗିତା ରେ ପୁଲିସ ନୋଡାଲ ହାଇସ୍କୁଲ ର ସାନ୍ତନୁ କୁମାର ସାହୁ, ସରକାରୀ ଉଚ୍ଚ ବିଦ୍ୟାଳୟ ର ଦିପ୍ତିମୟୀ ମହାନ୍ତି ଦ୍ବିତୀୟ ଓ ପୁଲିସ୍ ନୋଡାଲ୍ ହାଇ ସ୍କୁଲର କପିଳେନ୍ଦ୍ର ସାହୁ ତ୍ରୁତୀୟ ସ୍ଥାନ ଅଧିକାର କରିଥିେଲ।
ଏହି ଆନ୍ତର୍ଜାତୀୟ ଶାନ୍ତି ଦିବସ ସଭାକୁ ରୋ . ସୁଭ୍ରାଂସୁ ସେଖର ମହାପାତ୍ର ପରିଚାଳନା କରିଥିେଲ । ଏହି ସଭାରେ ରୋଟାରୀ ଜିଲ୍ଲା ୩୨୬୨ର ମାନ୍ୟଗଣ୍ୟ ରୋଟାରିଆନ୍ ଗଣ ଉପସ୍ଥିତ ଥିଲେ |