-
ବାଲି ଯାତ୍ରାକୁ ନେଇ କୌଣସି ସମସ୍ୟା ନାହିଁ – ଜିଲ୍ଲାପାଳ
ଭୁବନେଶ୍ବର, କଟକ. ବାଲିଯାତ୍ରା 34 ଏକରରେ ସୀମିତ ରହିବ ବୋଲି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଦେଇଥିବା ରାୟ ଉପରେ କଟକ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନନ୍ତି । ସେ କହିଛନ୍ତି ଯେ ବାଲିଯାତ୍ରାକୁ ନେଇ କୌଣସି ସମସ୍ୟା ନାହିଁ । ଏନଜିଟି ଦ୍ୱାରା ନିର୍ଧାରିତ ନିର୍ଧାରିତ 34 ଏକର ଜମିରେ ବାଲିଯାତ୍ରା ହେବ ।
ଉଲ୍ଲେଖନୀୟ ଯେ ମହାନଦୀ ଠାରସ ପୋତାଯିବା ଘ ଟଣାକୁ ଜମି ଉପରେ କୌଣସି ସ୍ଥାୟୀ ବା ଅସ୍ଥାୟୀ ନିର୍ମାଣ କରାଯାଇ ବିରୋଧ କରି ଜାତୀୟ ଗ୍ରିନ୍ ଟ୍ରିବୁନାଲ୍ (ଏନ୍ଜିଟି)ରେ ଦାୟର ମାମଲାର ଶୁଣାଣୀ କରି ବାଲିଯାତ୍ରା ଆୟୋଜନ ପ୍ରସଂଗରେ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବାଲିଯାତ୍ରା ଆୟୋଜନକୁ ଯଦିଓ ଅନୁମତି ମିଳିଛି କିନ୍ତୁ ୩୪ଏକର ପରିମିତ ବାଲିଯାତ୍ରା ପଡିଆର ଆଉ ସଂପ୍ରସାରଣ ହୋଇପାରିବ ନାହିଁ ବୋଲି ଏନଜିଟିଙ୍କ ରାୟରେ ଉଲ୍ଲେଖ କରାଯାଇଛି । ଏଥିରେ କୁହା ଯାଇଛି ଯେ ୩୪ ଏକର ବାହାରେ ବାଲିଯାତ୍ରା ପଡ଼ିଆ ସଂପ୍ରସାରଣ କରାଯିବ ପାରିବ ନାହିଁ। ଏଥି ସହିତ କୌଣସି ପ୍ରକାର ବ୍ୟାବସାୟିକ କାର୍ଯ୍ୟକୁ ମଧ୍ୟକୁ ମଧ୍ୟ ଅନୁମତି ଦିଆଯିବ ନାହିଁ।