
-
ଜେପି ନଡ୍ଡାଙ୍କ ଓଡିଶାଗସ୍ତ ପୂର୍ବରୁ କରିବେ ପ୍ରସ୍ତୁତିର ସମୀକ୍ଷା
ଭୁବନେଶ୍ୱର. ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂସଲ ଓଡିଶା ଗସ୍ତରେ ଆସି ପହଂଚିଛନ୍ତି । ଭୁବନେଶ୍ବର ସ୍ଥିତ ବିମାନ ବନ୍ଦରରେ ପହଂଚିବା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଅନ୍ୟ ବିଜେପି ନେତା ମାନେ ତାଙ୍କୁ ସ୍ବାଗତ କରିଥିଲେ । ସେଠାରୁ ସେ ସିଧା ପାର୍ଟୀର ରାଜ୍ୟ କାର୍ଯାଳୟ ପହଂଚିଥିଲେ ।
ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ପହଂଚିବା ପରେ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆଗାମୀ ଓଡିଶା ଗସ୍ତର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିବେ । ସେ ବିଧାନସଭା ଓ ଲୋକସଭା ପ୍ରଭାରୀ ମାନଙ୍କ ସହ ଆଲୋଚନା କରୁଛନ୍ତି । ଏହା ସହିତ ସେ ଦଳର ସଂଗଠନ ମଜବୁତ ନେଇ ମଧ୍ୟ ସେ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।