
ବଲାଙ୍ଗିର, ଗତକାଲି ବିଳମ୍ବିତ ରାତିରେ ପାଟଣାଗଡ଼ ରେଞ୍ଜରେ ବନ କର୍ମଚାରୀମାନେ ରାତ୍ରି ପେଟ୍ରୋଲିଂ ବେଳେ କୁର୍ଦୁ ଗଣ୍ଡି ନେଇ ଯାଉଥିବା ଏକ ମିନି ଟ୍ରକକୁ ଧରିବାରେ ସଫଳ ହୋଇଛନ୍ତି। ଲୁହାସିଙ୍ଗା ବିଟ ଅନ୍ତର୍ଗତ କଦଳୀଝରଣ ଗ୍ରାମରେ ମିନି ଟ୍ରକ ନମ୍ବର ଓଆର୍୧୫ବି ୬୧୧୮ ଯୋଗେ କାଠ ଗଣ୍ଡି ନେଇ ଯାଉଥିବା ବେଳେ ବନ କର୍ମଚାରୀ ମାନେ ଧରିଥିଲେ। କୌଣସି ବୈଧ କାଗଜପତ୍ର ଦେଖାଇ ନ ପାରିବାରୁ ଗାଡିକୁ କାଠ ସହିତ ଜବତ ବେଳେ ଚାଳକ ଫେରାର୍ ହୋଇଯାଇଥିଲା। ଏହା ଉପରେ ଅଧିକ ତଦନ୍ତ ଚାଲିଛି।
ପାରା ସ୍କ୍ବାର୍ଡ ସମେତ ରେଞ୍ଜ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶି, ଗୁଣନିଧି ପରିଡା ଫରେଷ୍ଟର, ବିନୋଦ ବିହାରୀ ଧରୁଆ ଫରେଷ୍ଟର, ସୁନ୍ଦର ସାଏ ଫରେଷ୍ଟ ଗାର୍ଡ ଚଢ଼ଉରେ ସାମିଲ ଥିଲେ।