ପୁରୀ, ସ୍ଵଛତା ସମସ୍ତଙ୍କ ପାଇଁ ଜରୁରୀ ଓ ଗୁରୁତ୍ଵପୂର୍ଣ୍ଣ। ସ୍ଵଛତା ହିଁ ସେବା। ଏହାକୁ ବ୍ୟକ୍ତିଗତ, ଗୋଷ୍ଠୀଗତ ଓ ସାମୁହିକ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପୁରୀ ଜିଲ୍ଲାର୨ ଗୋଟି ସ୍ଵଛତା ରଥକୁ ଆଜି ଉଦଘାଟନ କରିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର। ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରୁ ଏହାକୁ ଉଦଘାଟନ କରି ଏହି ରଥ ଜିଲ୍ଲାର ୧୧ ଗୋଟି ବ୍ଲକ ପରିକ୍ରମଣ କରି ଲୋକ ମାନଙ୍କୁ ସ୍ଵଛତାର ବାର୍ତ୍ତା ପ୍ରଦାନ କରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଏହି ରଥ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସମସ୍ତ ବ୍ଲକ ପରିକ୍ରମା କରିବ। କଠିନ, ତରଳ ବର୍ଜ୍ୟବସ୍ତୁର ସୁପରିଚାଳନା ଓ ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ଏହି ରଥ ସଚେତନତାର ବାର୍ତ୍ତା ବାଣ୍ଟିବ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରେଖା ଦାସ, ସହକାରୀ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ (ଅର୍ଥ) ବାଣୀଭୂଷଣ ଦାସ, କାକଟପୁର ବିଡ଼ିଓ ତୁଷାର ଜ୍ୟୋତି ରଞ୍ଜନ, ସହକାରୀ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ କ୍ରେଡିଟ୍ ନିଶିତ କୁମାର ଦାସ, ସ୍ଵଛତା ମିଶନର ଜିଲ୍ଲା ସଂଯୋଜକ ଦିପ୍ତୀ ରନ୍ଜନ ପ୍ରଧାନ ଓ ଜିଲ୍ଲା ପରିଷଦର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।