ନୂଆପଡ଼ା, ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ତରଫରୁ ଗତକାଲି ମଧ୍ୟରାତ୍ରିରେ ତାଲାକୋଟ ଠାରେ ଚଢଉ କରି ୩୦ ଖଣ୍ଡ ଶାଗୁଆନ କାଠ ଭର୍ତି ବୋଲେରୋ ଗାଡ଼ି ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ତାଲାକୋଟ ଗ୍ରାମର ଅଖିଲ ଚିନ୍ଦା ( ୩୫), କୁସୁମଯୋର ଗ୍ରାମର ଗୋପିନାଥ ରାଉତ ( ୩୯) ଏବଂ ପୂର୍ଣ୍ଣଚନ୍ଦ୍ର ନାଗ (୪୦)।
ବୁଧବାର ମଧ୍ୟରାତ୍ରିରେ ଏହି ଶାଗୁଆନ କାଠ ଚୋରା ଚାରଣ ହେଉଥିଲା। କୌଣସି ସୂତ୍ରରୁ ସିନାପାଲି ବନଖଣ୍ଡ ଅଧିକାରୀ ମୁରାରୀ ପଣ୍ଡା ଖବର ପାଇଥିଲେ। ସିନାପାଲି ବନଖଣ୍ଡ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହିତ ଏହି ଚଢଉ କରାଯାଇଥିଲା। ଏହି ଚୋରାଚାଲାଣ କାଠ ସିନାପାଲି ଥାନା ଅନ୍ତର୍ଗତ କୁସୁମଯୋର ଗ୍ରାମକୁ ପହଞ୍ଚାଇଵାର ଥିଲା। ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବିଭାଗ ଆନୁମାନ କରିଛି। ଓଡ଼ିଶା ବନ ଆଇନ୧୯୭୨ ର ଦଫା ୫୬ ଅନୁଯାୟୀ, ଓଡିଶା କାଷ୍ଟ ଓ ଅନ୍ୟ ବନ୍ୟଜାତ ଦ୍ରବ୍ୟ ଚାଳିତ ନିୟମ ୧୯୮୦ ପ୍ରକାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
ଏହି ଚଢଉରେ ସିନାପାଲି ବନବିଭାଗର ଶିବ ପ୍ରସାଦ ରଥ ଏସିପି, ତ୍ରିବିକ୍ରମ ନାଏକ ବନପାଳ, ଖଗେଶ୍ବର ମାଝୀ ବନପାଳ, ଉପେନ୍ଦ୍ର ମହାଉତି ବନପାଳ, ସ୦ଗ୍ରାମ ପ୍ରଧାନ ବନପାଳ, ବିମ୍ବାଧର ହଂସ, ଡମ୍ବରୁଧର ମାଝୀ ପ୍ରମୁଖ ସାମିଲ ଥିଲେ।