
ଭୁବନେଶ୍ୱର, ପାହାଳ ଥାନା ଅନ୍ତର୍ଗତ ସୁରେଖା ବାଟିକା ଆପାର୍ଟମେଂଟରୁ ଜଣେ ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଯୁବତୀ ଜଣଙ୍କ ନାମ ସୁଜାତା ରଥ । ଉକ୍ତ ଆପର୍ଟମେଂଟରେ ଜଣେ ଯୁବକଙ୍କ ସହ ସେ ଲିଭଇନରେ ରହୁଥିଲେ । ଆଜି ସକାଳୁ ରୁମରେ ଫ୍ୟାନରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ, ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ପହଂଚିବା ସହ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଛେଦ ପାଇଁ ପଠାଇଛି ।