
ଭୁବନେଶ୍ୱର, ଦିର୍ଘ ଆଠ ବର୍ଷ ତଳୁ ନିର୍ମାଣ ହୋଇଥିବା ଭୂତଳ ରାସ୍ତା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ୧୯୧୪ ମସିହାରେ ବାଣୀବିହାର ଛକରେ ଓଭରବ୍ରିଜ ନିର୍ମାଣ ପରେ ବୀର ସୁରେନ୍ଦ୍ର ସାଏ ନଗରରୁ ଭୁବନେଶ୍ୱର ଭିତରକୁ ଯାଇଥିବା ରାସ୍ତା ବନ୍ଦ ହୋଇଗଲା । ନୂତନ ରାସ୍ତା ପାଇଁ ଉନ୍ନୟନ ପରିଷଦର ପ୍ରଚେଷ୍ଟା ଓ ତତ୍ କାଳିନ ପୋଲିସ କମିସନର ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହଯୋଗ ଯୋଗୁଁ ସତସଙ୍ଗ ମନ୍ଦିର ପାଖରେ ଏକ ଭୂତଳ ରାସ୍ତା ନିର୍ମାଣ ହୋଇଥିଲା । ଏହି ରାସ୍ତା ପାଖରେ ଥିବା ପାଣି ପାଇପ ଲାଇନକୁ ହଟାଇ ରାସ୍ତା ନିର୍ମାଣ ଶେଷ କରିବା ପାଇଁ ୨୦୧୮ ମସିହାରେ ଭି ଏସ୍ ଏସ୍ ନଗର ଉନ୍ନୟନ ପରିଷଦ ସହିତ ୫ ଟି ୱାଡର ବାସିନ୍ଦା ମାନେ ଭୂତଳ ରାସ୍ତା ସଂଗ୍ରାମ ସମିତି ମାଧ୍ୟମରେ ରାସ୍ତା ରୋକ କରିଥିଲେ । ନିକଟରେ ଏହି ପାଇପ ଲାଇନ ଉଠିଥିଲେ ମଧ୍ୟ ଭୂତଳ ରାସ୍ତା ଅଧିକ ଖରାପ ହୋଇ ଯାଇଛି । ଏହା ଯାତାୟତ ଉପଯୋଗୀ ହୋଇ ନାହିଁ । ଏହି ରାସ୍ତାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହିତ ଭି ଏସ୍ ଏସ୍ ନଗରର ମୁଖ୍ୟ ରାସ୍ତାରେ ସଂଯୋଗ କରିବା ପାଇଁ ବୀର ସୁରେନ୍ଦ୍ର ସାଏ ନଗର ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଦାବି କରିଛନ୍ତି ।