
ଭୁବନେଶ୍ୱର, ନକଲି ମେଡିସିନ୍ ର ଲିଙ୍କ୍ ଖୋଜିବାରେ ସହଯୋଗ କରିବାପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ସଚିବ ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ସ୍ୱାସ୍ଥ୍ୟ ସଚିବ ଚିଠିରେ ଲେଖିଛନ୍ତି ଯେ ଓଡ଼ିଶାରୁ ମିଳିଥିବା ନକଲି ଔଷଧ ଟେଲମା-୪୦, ଟେଲମା-ଏମ ବିହାରର ଗୟାରୁ ଗ୍ଲେନମାର୍କ କମ୍ପାନିର ଫ୍ୟାକ୍ଟ୍ରିରୁ ଆସୁଛି । ବିହାର ଡ୍ରଗ କେଂଟ୍ରାଲରଙ୍କୁ ଏସଂପର୍କରେ ଅବଗତ କରାଇଥିଲେ ମଧ୍ୟ ଏ ନେଇ ବର୍ତମାନ ସୁଦ୍ଧା କୌଣସି ଉତର ଆସିଲା ନାହିଁ । ଏବେ ଏହାର ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଗୋଟେ ଟିମ ଗଠନ କରିଛନ୍ତି । ଏଥିରେ ଆସିଷ୍ଟାଂଟ ଡ୍ରଗ କେଂଟ୍ରାଲରଙ୍କ ସମେତ ଦୁଇ ଜଣ ପୁଲିସ ଅଫିସର ଅଛନ୍ତି । ଏମାନେ ସେ ଦିଗରେ ତଦନ୍ତ କରିବା ପାଇଁ ବିହାର ଯାଇଛନ୍ତି । ତେଣୁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ବିହାରର ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।