
-
ବିପୁଳ ପରିମାଣର ବିସ୍ଫୋରକ ଜବତ
ଭୁବନେଶ୍ୱର, କୋରାପୁଟ ପୁଲିସ, ଏସଓଜି ଓ ଡିଭିଏଫକୁ ବଡ଼ ସଫଳତା ମିଳିଛି । କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଓ ମାଲକାନଗିରି ଜିଲ୍ଲାର ମୁଦୁଲିପଡା ଥାନା ଅନ୍ତର୍ଗତ ହଁନୁମାଲ, ସିଂଧୁପୁଟ, ଅଂଡେଇ ପଦର, ଅନ୍ଦ୍ରହଲ, ଉଡୁଲିପଦର ଆଦି ଅଂଚଳର ବହୁ ମାଓ ସମର୍ଥକ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ନେଇ ସୂଚନା ଦିଆଯାଇଛି ।
କୋରାପୁଟ ପୋଲିସ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ କୋରାପୁଟ ପୁଲିସ, ଏସଓଜି ଓ ଡିଭିଏଫ ପକ୍ଷରୁ ଗତ ୨୦ ତାରିଖରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଏକ ନକ୍ସଲ ଅପରସେନ କରାଯାଇଥିଲା । ଏହି ସମୟରେ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ଏଥିରେ ୭୦ ହଜାର ଟଙ୍କା, ୧୭ ମିଟର ତାର, ୩୧ଟି ଜିଲଟିଂ ଷ୍ଟିକ, ୧୧ଟି ଡେଟୋନେଟର, ଏକ ତାର ବଣ୍ଡଲ, ୨ଟି ଟିଫିନ୍ ବୋମା, ଗୋଟିଏ ପ୍ରେସର କୁକର ବୋମା, ଗୋଟିଏ ଟେଷ୍ଟଙ୍ଗି ପିନ ରହିଛି ।