ଭୁବନେଶ୍ୱର – ନରସିଂହ ମିଶ୍ର ବିରୋଧୀ ଦଳ ନେତା ନଥିବାରୁ ତାଙ୍କୁ ଦିଆଯାଇଥିବା ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) ପ୍ରତ୍ୟାହାର କରାଯାଇଛି ବୋଲି ସିକ୍ୟୁରିଟି ଏସପି କାହ୍ନୁଚରଣ ପଟ୍ଟନାୟକ ଯେଉଁ ମନ୍ତବ୍ୟ ଦେଇଛନ୍ତି । ଏହାଦ୍ୱାରା ତାଙ୍କର ଓ ଗୃହର ମର୍ଯ୍ୟାଦା କ୍ଷୂର୍ଣ୍ଣ ହୋଇଛି ବୋଲି କଂଗ୍ରେସ ଦଳ ନେତା ଶ୍ରୀ ମିଶ୍ର ପ୍ରକାଶ କରିବା ସହ ଗୃହରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଛନ୍ତି । ସମ୍ପୃକ୍ତ ଅଧିକାରୀଙ୍କ ୁ ତାଙ୍କ ପଦବୀରୁ ହଟାଇବା ପାଇଁ ଓଡିଶା ଆଡମିନଷ୍ଟେ୍ରଟିଭ୍ ଟ୍ରିବ୍ୟୁନାଲ ରାୟ ଦେ ଇଥିଲେ ହେଁ ତାକୁ କାର୍ଯ୍ୟକାରୀ କରାଯାଇ ନାହିଁ । ଏହି ପଦବୀରେ କେବଳ ଓପିଏସ୍ ରହିବାର ନିୟମ ରହିଥିବା ବେଳେ ସେ ଏଥିପାଇଁ ଯୋଗ୍ୟ ନୁହନ୍ତି । ଟି୍ରବ୍ୟୁନାଲ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ।
ଅନ୍ୟପକ୍ଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ଏସମ୍ପର୍କରେ ସେ ଅନୁଧ୍ୟାନ କରୁଛନ୍ତି । ଏସମ୍ପର୍କିତ ରୁଲିଂ ସେ ପରେ ଦେବେ ।
ଅପରପକ୍ଷରେ ବିଧାନସଭାର ଶୂନ୍ୟକାଳରେ କହିବାକୁ ସୁଯୋଗ ନଦେବାରୁ କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କକ୍ଷତ୍ୟାଗ କରିଥିବା ବେଳେ ଅନ୍ୟତମ ସଦସ୍ୟ ସନ୍ତୋଷ ସିଂହ ସାଲୁଜା ମଧ୍ୟ ସମାନ ଅଭିଯାଗ କରି ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିବା ସହ ବାଚସ୍ପତିଙ୍କ ମାଇକ୍ ଛଡାଇବାର ଦେଖାଯାଇଥିଲା । କିଛି ସମୟ ପରେ କଂଗ୍ରେସ ,ଦଳର ଅନ୍ୟ ସଦସ୍ୟମାନେ ଶ୍ରୀ ସିଂହଙ୍କୁ ବୁଝାଇ ତାଙ୍କ ଆସନରେ ବସାଇଥିଲେ ।