ଭୁବନେଶ୍ୱର,ପୁଣି ମୋ ବସ୍ ରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଦୁଇ କଲେଜ ଛାତ୍ରୀଙ୍କ ବ୍ୟାଗରୁ ମୋବାଇଲ ଲୁଟ୍ ହୋଇଥିବା ନେଇ ୨ ଛାତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । ଭୁବନେଶ୍ୱର ରମାଦେବୀ କଲେଜରେ ପଢୁଥିବା ୨ ଛାତ୍ରୀ ବାଣୀବିହାର ଛକରୁ ପଳାଶୁଣୀ ଯିବା ପାଇଁ ମୋ ବସ୍ ରେ ଉଠିଥିଲେ । ତେବେ ଅଧା ରାସ୍ତାରେ ସେମାନଙ୍କ ବ୍ୟାଗ୍ ରୁ ମୋବାଇଲ୍ ଚୋରି ହୋଇଯାଇଥିଲା । ଜଣେ ଲେଡି ଲୁଟେରା ତାଙ୍କ ମୋବାଇଲ ଚୋରି କରିଥିବା ସନ୍ଦେହ କରାଯାଉଛି ।
ସୂଚନା ଯୋଗ୍ୟଯେ ଗତକାଲି ଜଣେ କ୍ୟାନ୍ସର ରୋଗୀ ମୋ ବସ୍ ରେ କଟକ ଯାଉଥିବା ବେଳେ ତାଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା ।