ଭୁବନେଶ୍ୱର, ଖଡିଆଳର ପୂର୍ବତନ ବିଧାୟକ କପିଲ ନାରାୟଣ ତିୱାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ବରିଷ୍ଠ ରାଜନେତା ତଥା ଖଡ଼ିଆଳ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କପିଳ ନାରାୟଣ ତିୱାରୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଉନ୍ନତି ସହ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କର ଥିଲା ସମର୍ପିତ ଉଦ୍ୟମ । ତାଙ୍କ ଅମର ଆତ୍ମର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ।
ଉଲ୍ଲେଖନୀୟ ଯେ କପିଳ ନାରାୟଣ ତିୱାରୀଙ୍କ ବୁଧବାର ଦିନ ବିୟୋଗ ଘଟିଥିଲା । ନୂଆପଡା ଜିଲ୍ଲା ଖଡ଼ିଆଳ ଅଂଚଳର ଜନ୍ମ ଗ୍ରହଣ କରି ଜୀବନରେ ଗରିବ, ପଛୁଆ, ନିଃସହାୟଙ୍କ ପ୍ରତି ସଦା ଲଢେଇ କରି ଆସୁଥିବା ସମାଜବାଦୀ ନେତା ରୂପେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ କପିଲ ନାରାୟଣ ତିୱାରୀ । । ତାଙ୍କ ଦ୍ୱାରା ଅନାହାର ମୃତ୍ୟୁ, ପିଲା ବିକ୍ରୀ ଫଣସ ପୁଞ୍ଜି କଥା ମଧ୍ୟ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରି ପାରିଥିଲେ । ୧୪ ଜୁନ ୧୯୨୯ ମସିହାରେ ଜନ୍ମ ଗ୍ରହଣ କରି ଥିଲେ । ଓଡିଶାର ସପ୍ତମ ବିଧାନସଭାକୁ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ୨୬ ଜୁନ ୧୯୭୭ ମସିହାରେ ବିଧାୟକ ହୋଇଥିଲେ । ୧୯୬୫ ମସିହାରେ କରାଳ ମରୁଡି ଛାୟାରେ ପ୍ରଭାବିତ କଳାହାଣ୍ଡିକୁ ସଂଗ୍ରାମୀ ବାର୍ତ୍ତା ରୂପେ ଂଚ”ପାଏନ, ପୁଆଲ, ପଖାଳ ଦେ, ନାହିଁ ତୋ ଗାଦୀ ଛାଡି ଦେ”ଂଚ କହି ଗାଁ ଗାଁ ବୁଲି ଥିଲେ ।