ଭୁବନେଶ୍ଵର, ମୌସୁମୀ ପ୍ରଭାବରେ ରାଜ୍ୟରେ ୧ ଜୁନରୁ ୨୦ ସେପ୍ଟେମ୍ବର ମଧ୍ୟରେ ୧୧୪୦.୯ ମି.ମି. ବର୍ଷା ରେକର୍ଡ ହୋଇଛି, ଯାହା ସ୍ଵାଭାବିକ ବର୍ଷା ୧୦୯୧.୧ ମି.ମି. ତୁଳନାରେ ୫% ଅଧିକ ।
କନ୍ଧମାଳ ଜିଲ୍ଲାରେ ବର୍ତମାନ ସୁଦ୍ଧା ସର୍ବାଧିକ ୧୬୪୯.୯ ମି.ମି. (୫୧ ପ୍ରତିଶତ ଅଧିକ ) ଏବଂ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୮୩୬.୧ ମି.ମି. (୧୮ ପ୍ରତିଶତ କମ ) ବର୍ଷା ରେକର୍ଡ ହୋଇଛି । ଏହି ସମୟ ପରିଧିରେ ୫ ଜିଲ୍ଲାରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୨୫ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ ହୋଇଛି ।