ଭୁବନେଶ୍ଵର,ଆଜି ଉତର ଛତିଶଗଡ ଏବଂ ପାର୍ଶ୍ଵବର୍ତୀ ଅଂଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହା ସହ ଜଡ଼ିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮ କି.ମି. ଯାଏଁ ଲମ୍ବିଛି । ଏହା ଆଗାମୀ ୨ ଦିନ ଯାଏଁ ପଶ୍ଚିମ -ଉତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ସ୍ଥଳ ଭାଗ ମୁହାଁ ଲଘୁଚାପ । ଯାହାକୁ ଦୃଷ୍ଟିରେ ରଖି ଆଜି ପଶ୍ଚିମ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ତେବେ ୨୪ ଘଂଟା ପରେ ରାଜ୍ୟରେ ଲଘୁଚାପର ପ୍ରଭାବ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ।