ଭୁବନେଶ୍ଵର, ଗତ ୨୪ ଘଂଟାରେ ନବରଙ୍ଗପୁର ଜିଲ୍ଲାର ଡ଼ାବୁଗାଁରେ ସର୍ବାଧିକ ୧୩୫.୨ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ା ଜିଲ୍ଲାର ଦେଓଗାଁରେ ୭୬.୦, ସମ୍ବଲପୁର ଜିଲ୍ଲାର ଯୁଯୁମରାରେ ୭୦.୮, ସୁନ୍ଦରଗଡ଼ ଜିଲ୍ଲାର ହେମଗିରିରେ ୬୫.୦, ବଲାଙ୍ଗିର ଜିଲ୍ଲାର ସାଲେଭଟା ୫୭.୨, ବଲାଙ୍ଗିର ଜିଲ୍ଲାର ବଲାଙ୍ଗିରରେ ୫୭.୦, ବଲାଙ୍ଗିର ଜିଲ୍ଲାର ବେଲଗାଁରେ ୫୨.୦, ସମ୍ବଲପୁର ଜିଲ୍ଲାର ସମ୍ବଲପୁରରେ ୫୦.୩, ବରଗଡ଼ ଜିଲ୍ଲାର ଅମ୍ବାଭୋନାରେ ୫୦.୦, ନୟାଗଡ଼ ଜିଲ୍ଲାର ବରମୂଳ ୪୯.୦, କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡାରେ ୪୮.୦, କଟକ ଜିଲ୍ଲାର କଂଟାପଡ଼ାରେ ୪୭.୦ ଏବଂ ବଲାଙ୍ଗିର ଜିଲ୍ଲାର ଦେଓଗାଁରେ ୪୭.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ତାଳଚେରରେ ୩୩.୪ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼ରେ ୨୦.୫ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।