
ଗଂଜାମ, ପାର୍ବଣ ଯେତିକି ପାଖେଇ ଆସୁଛି ସେହି ଅନୁପାତରେ ଜୁଆ ଆଡ୍ଡା ଗଂଜାମ ଜିଲାରେ ବୃଦ୍ଧି ପାଇବାରେ ଲାଗିଛି।ଜୁଆଡିମାନେ ଲକ୍ଷ ଲକ୍ଷ ଟଂକା ଜୁଆଖେଳି ସର୍ବସ୍ଵାନ୍ତ ହେଉଛନ୍ତି। ଚୋରୀ, ଡକାୟତି, ହତ୍ଯା, ଆତ୍ମହତ୍ଯା ଭଳି ଘଟଣା ବୃଦ୍ଧି ପାଉଛି। ଶେରଗଡ ବ୍ଳକର ପିତଳ ଅଂଚଳର ମେରୁତୋଟାରେ ଜଣେ ବ୍ଯକ୍ତି ପ୍ରତ୍ଯେହ ରାତିରେ ବଡଧରଣର ଜୁଆ ଆଡ୍ଡା ଚଳାଉଥିବା ଅଭିଯୋଗ ହେଉଛି। ହିଂଜିଳି ପୁଲିସ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।