-
କ୍ଷେତ୍ରୀୟ କର୍ମଚାରୀ ଦେବେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର
-
୨୦୨୦ ଏପ୍ରିଲ ପହିଲାରୁ ଅନଲାଇନ୍ ହେବ ସମ୍ପୂର୍ଣ୍ଣ ପ୍ରକି୍ରୟା
ଭୁବନେଶ୍ୱର – ବିଭିନ୍ନ ବାସଗୃହ ଓ ବିଲଡିଂ ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଲାଗି ଏବେ ଆଉ ଅଗ୍ନିଶମ ସେବା ନିଦେ୍ର୍ଧଶାଳୟକୁ ଯିବାକୁ ପଡିବ ନାହିଁ । ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ । ଅଗ୍ନି ସୁରକ୍ଷା କ୍ଷେତ୍ରରେ ଅଧିକ ସଚେତନତା ସୁରକ୍ଷିତ ବ୍ୟବସ୍ଥା ପାଇଁ ବିଭିନ୍ନ ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ ଅଧିକାର କ୍ଷେତ୍ରୀୟ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ଏ ସଂକ୍ରାନ୍ତରେ ବିସ୍ତୃତ ଘୋଷଣାନାମା ପ୍ରକାଶ ପାଇଛି ।
ଏହି ନୂତନ ନିଷ୍ପତି ଅନୁଯାୟୀ ୫-ଟି ନୀତି ଅନୁଯାୟୀ କ୍ଷେତ୍ରୀୟ କର୍ମଚାରୀମାନେ ଆକଶ୍ୟକୀୟ ପ୍ରକ୍ରିୟା ଅନୁସରଣ କରି ଆବେଦନ କରିବାର ୧୮ ଦିନ ମଧ୍ୟରେ ପ୍ରମାଣପତ୍ର ପ୍ରଦାନ କରିବେ । ପ୍ରମାଣ ପତ୍ରର ଅବଧି ୨ ବର୍ଷ ପର୍ଯ୍ୟନ୍ତ ବଳବତର ରହିବ ଏବଂ ଆବାସିକ କୋଠାବାଡି କ୍ଷେତ୍ରରେ ୫ ବର୍ଷ ପର୍ଯ୍ୟନ୍ତ ବଳବତର ରହିବ ।୨୦୨୦ ଏପ୍ରିଲ ପହିଲା ସୁଦ୍ଧା ଅଗ୍ନିସୁରକ୍ଷା ଅନୁମୋଦନ ଓ ପ୍ରମାଣ ପତ୍ର ପ୍ରଦାନର ସମ୍ପୂର୍ଣ୍ଣ ବ୍ୟବସ୍ଥା ଅନଲାଇନ୍ ଜରିଆରେ କରିବାପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।
୧୫ ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ କୋଠା (ମଲ୍ଟିପ୍ଲେକ୍ସ ବ୍ୟତୀତ) ପାଇଁ ସର୍କଲ୍ ଡେପୁଟି ଫାୟାର ଅଫିସର , ୧୫ରୁ ୩୫ ମିଟର ଉଚ୍ଚତା ବିଶିÂ ପାଇଁ ରେଂଜ ଫାୟାର ଅଫିସର , ୩୫ ମିଟର .ବା ତଦୁର୍ଦ୍ଧ ଉଚ୍ଚତା ବିଶିଷ୍ଟ କୋଠାବାଡି ପାଇଁ ଚିଫ୍ ଫାୟାର ଅଫିସର ଫାୟାର ପ୍ରିଭେନସନ୍ , ୧୨ ମିଟରରୁ କମ୍ ଉଚ୍ଚତା ତଥା ୩୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ (ଅନ୍ୟୁନ ଗୋଟିଏ ଆଇସିୟୁ ଥିବ) କ୍ଷେତ୍ରରେ ଆସିଷ୍ଟାଂଟ ଫାୟାର ଅଫିସର , ୧୨ ମିଟରରୁ ଅଧିକ (ଅନ୍ୟୁନ ଗୋଟିଏ ଆଇସିୟୁ ଥିବ) ଚିକିତ୍ସାଳୟ ପାଇଁ ଡେପୁଟି ଫାୟାର ଅଫିସର , ସିନେମା ହଲ୍ ପାଇଁ ଜିଲ୍ଲା ଆସିଷ୍ଟାଂଟ ଫାୟାର ଅଫିସର , ୩ ତାରକାରୁ କମ୍ ହୋଟେଏ , ଲଜିଂ ଓ ଗେଷ୍ଟ ହାଉସ୍ ପାଇଁ ଜିଲ୍ଲା ଆସିଷ୍ଟାଂଟ ଫାୟାର ଅଫିସର , ୩ ତାରିକାରୁ ଉଦ୍ଧର୍୍ ହୋଟେଲ ପାଇଁ ଡେପୁଟି ଫାୟାର ଅଫିସର , ବିମାନବନ୍ଦର , ବିମାନ ଅବତରଣ କେନ୍ଦ୍ର , ଷ୍ଟାଡିୟମ୍ , ବହୁତଳ କାର୍ ପାର୍କିଂ, ଭୂତଳ ଓ ଆଂଶିକ ଭୂତଳ କାର୍ ପାର୍କିଂ ପାଇଁ ରେଂଜ ଫାୟାର ଅଫିସର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେଇପାରିବେ ।
ସେହିପରି ପେଟ୍ରୋଲ ପମ୍ପ୍ ଓ ଏଲପିଜି ଗୋଦାମ ପାଇଁ ଆସିଷ୍ଟାଂଟ ଫାୟାର ଅଫିସର୍ , କ୍ଷୂଦ୍ର ଶିଳ୍ପ କଳକାରଖାନା , ଗୋଦାମ ଘର , ବିସ୍ଫୋରକ ଦ୍ରବ୍ୟର ସଂରକ୍ଷଣ , ପରିବହନ , ବିକ୍ରୟ ଓ ଆତସବାଜି ଉପôାଦନ ଓ ବିକ୍ରୟ ପାଇଁ ଡେପୁଟି ଫାୟାର ଅଫିସର ଏବଂ ବୃହତ ଶିଳ୍ପ ବିସ୍ଫୋରକ ଦ୍ରବ୍ୟ ଉପôାଦନକାର , ପେଟ୍ରୋଲିୟମ୍ ତଥା ଅନ୍ୟ ଦାହ୍ୟ ପଦାର୍ଥ ଡିପୋ ଆଦି କ୍ଷେତ୍ରରେ ରେଂଜ ଫାୟାର ଅଫିସର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେଇପାରିବେ ।